fbpx

ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀଙ୍କୁ ସମର୍ଥନ କରିବ ନାହିଁ ରାଜ୍ୟ କଂଗ୍ରେସ- ନରସିଂହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଶାସକ ଏନଡିଏ ଓ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିହ୍ନା ଓ ଶାସକ ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି । ତେବେ ଦ୍ରୌପଦୀଙ୍କୁ ସମର୍ଥନ ନେଇ ବିଜେଡି ସୁପ୍ରିମୋ ନିଜ ଦଳର ସାଂସଦ ଓ ବିଧାୟକମାନଙ୍କୁ କହିଥିଲେ ।

ଅନ୍ୟପକ୍ଷରେ କଂଗ୍ରେସକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ କଂଗ୍ରେସ ସମର୍ଥନ କରିବ ନାହିଁ । ରାଜ୍ୟରେ ଓଡ଼ିଆ ପ୍ରାର୍ଥୀଙ୍କ ଅଭାବ ନଥିବା ବେଳେ କାହିଁକି ଜଣେ ଅଣଓଡ଼ିଆଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଗଲା । ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ବିଜେଡିର ସମସ୍ତ ବିଧାୟକଙ୍କୁ ଆମନ୍ତ୍ରଣ କରାଯିବା ହାସ୍ୟାସ୍ପଦ । ଦ୍ରୌପଦୀଙ୍କ ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ବିରୋଧୀ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ବିଜେପିର ନୀତି ଆଦର୍ଶକୁ କଂଗ୍ରେସ ସମର୍ଥନ କରିବ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ।

ନରସିଂହ ପୁଣି କହିଛନ୍ତି, ଦ୍ରୌପଦୀଙ୍କ ସହିତ ମୋର ବହୁତ ଭଲ ସମ୍ପର୍କ ରହିଛି । ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛି । ସେ ଜଣେ ଭଲ ମଣିଷ ଓ ଭଲ ବିଧାୟିକା ମଧ୍ୟ । ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ମଜବୁତ ସ୍ଥିତିରେ ରହିଥିଲେ ହେଁ ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କିଛି ଭୋଟ ନିଅଣ୍ଟ ପଡ଼ୁଛି । ତେଣୁ ବିଜେପି ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ଓ ଓଡ଼ିଶାର ବିଜେଡି ପରି ଆଞ୍ଚଳିକ ଦଳ ସହ ଯୋଗାଯୋଗରେ ରହିଛି । ଏଥର ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କ ଜିତିବା ସମ୍ଭାବନା ଅଧିକ ରହିଛି । ଓଡ଼ିଶା କଂଗ୍ରେସର ବିଧାୟକମାନେ ମାଟିର ଝିଅକୁ ସମର୍ଥନ କରିବେ କି ପାର୍ଟି ପଛରେ ଯିବେ ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା ।

Get real time updates directly on you device, subscribe now.