fbpx

ଆସିଲା କ୍ରିକେଟର ନୂଆ ଫର୍ମାଟ୍, ଆମ୍ନା-ସାମ୍ନି ହେବେ ପୁରୁଷ ମହିଳା ଦଳ

ୱେଷ୍ଟଇଣ୍ଡିଜ୍ କ୍ରିକେଟ ଏବଂ କ୍ୟାରିବିୟାନ ପ୍ରମିୟର ଲିଗ୍ ମିଳିତ ଭାବରେ କ୍ରିକେଟରେ ଏକ ନୂଆ ଫର୍ମାଟ୍  ଆଣିବାକୁ ପ୍ରସ୍ତୁତ । ଏହି ଫର୍ମାଟକୁ  ‘ଦ ସିକ୍ସଟି- କ୍ରିକେଟ୍ ପାୱାର ଗେମ୍ସ’ ନାମରେ ଜଣାଯିବ । ଏହି ଫର୍ମାଟ୍ ର ପ୍ରଥମ ଏଡିସନରେ ପୁରୁଷ ଏବଂ ମହିଳାଙ୍କ ଟିମ୍ ୬୦ ବଲ୍ ର ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ଟକ୍କର ଦେବେ  । କୁହାଯାଉଛି କ୍ରିକେଟ୍ ରେ ଏହା ଏକ କ୍ରାନ୍ତିକାରୀ ଫର୍ମାଟ ହେବ, ଯାହା ଟି-୨୦ କୁ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତିନ କରିବ । ଏହି ନୂଆ ଫର୍ମାଟ୍ ସଂପୂର୍ଣ୍ଣ ଭାବରେ ଆକ୍ସନରେ ଭରପୁର ।

ତେବେ ଆସନ୍ତୁ ଜାଣିବା ଏହି ନୂଆ ଫର୍ମାଟ୍ ର ନିୟମ ଏବଂ ଏହା କିଭଳି କାମ କରିବ-

–              ମ୍ୟାଚରେ ସବୁ ବ୍ୟାଟିଂ ଟିମ୍ ପାଖରେ ସମୁଦାୟ ୬ ୱିକେଟ୍ ରହିବ । ଷଷ୍ଠ ୱିକେଟ୍ ଗଲା ପରେ ଅଲଆଉଟ୍ କୁହାଯିବ । ପ୍ରତି ଇନିଂସରେ ୬୦ ବଲ୍ ଖେଳାଯିବ ।

–              ବ୍ୟାଟିଂ କରୁଥିବା ଟିମ୍ ପାଖରେ ଦୁଇଟି ପାୱାର ପ୍ଲେ ରହିବ, କିନ୍ତୁ ଯଦି କେହି ଟିମ୍ ପ୍ରଥମେ ପ୍ରଥମେ  ୧୨ ବଲ୍ ରେ ଦୁଇ ଛକା ମାରୁଛନ୍ତି ତେବେ ତାଙ୍କୁ ତୃତୀୟ ପାୱାର ପ୍ଲେ ମିଳିବ । ଆଉ ଏହି ତୃତୀୟ ପାୱାର ପ୍ଲେକୁ ୩ ରୁ ୯ ଓଭର ମଧ୍ୟରେ ନେଇପାରିବେ ।

–              ଇନିଙ୍ଗସରେ ପିଚ୍ ର ଦୁଇ ପାଶ୍ୱର୍ରୁ ୩୦-୩୦ ବଲ୍ ଖେଳାଯିବ । ୩୦ ବଲ୍ କୁ  ୫ ଭିନ୍ନ ଭିନ୍ନ ଓଭରରେ ଖେଳାଯିବ, ଯେଉଁଥିରେ ଜଣେ ବୋଲର ୨ ଓଭରରୁ ଅଧିକ ବୋଲିଂ କରିପାରିବେ ନାହିଁ ।

–              ମ୍ୟାଚ୍ ସମୟରେ ଯଦି ଟିମ୍ ନିର୍ଦ୍ଧାରିତ ସମୟରେ ଓଭର ପୂରା କରିପାରୁନାହାଁନ୍ତି ତେବେ ଶେଷ ୬ ବଲ୍ ସମୟରେ ଟିମ୍ ର ଜଣେ ସଦସ୍ୟଙ୍କୁ ଫିଲ୍ଡରୁ ବାହାର ହେବେ ।

–              ମ୍ୟାଚ୍ ରେ ‘ମିଷ୍ଟ୍ରୀ ଫ୍ରି ହିଟ୍’ ଦେଖିବାକୁ ମିଳିବ ଯେଉଁଥିରେ ଫ୍ୟାନ୍ ଫ୍ରି ହିଟ୍ ପାଇଁ ଭୋଟିଂ କରିବେ ଯାହା ଏକ ନିର୍ଦ୍ଧାରିତ ଓଭରରେ ନେଇପାରିବେ । ଏହି ସମୟରେ ବ୍ୟାଟ୍ସମାନ୍ ଆଉଟ୍ ହେବେ ନାହିଁ ।

ସୂଚନାଯୋଗ୍ୟ, ଏହି ନୂଆ ଫର୍ମାଟ୍ ର ଆରମ୍ଭ ଚଳିତ ବର୍ଷ ୨୪ ରୁ ୨୮ ଅଗଷ୍ଟ ମଧ୍ୟରେ ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ରେ ଆୟୋଜିତ ହେବ । ସେହିଭଳି ଭବିଷ୍ୟତରେ ଏହି ଟୁର୍ଣ୍ଣାମେଣ୍ଟର ବିସ୍ତାର ଏବଂ ଏହା ସହ ସମ୍ବନ୍ଧିତ ଯୋଜନାକୁ ଧ୍ୟାନରେ ରଖି ୱେଷ୍ଟଇଣ୍ଡିଜ୍ ର ଭିନ୍ନ ଭିନ୍ନ ସ୍ଥାନରେ ଏହାର ଆୟୋଜନ କରାଯିବ ।

Get real time updates directly on you device, subscribe now.