fbpx

ରାଜ୍ୟରେ ୮୭୯ ନୁଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୮|୪ (ଓଡିଶା ଭାସ୍କର) : ରାଜ୍ୟରେ ବେଲଗାମ କରୋନା ସ୍ଥିତି । କରୋନାର ଦ୍ୱିତୀୟ ଲହର ସାଂଘାତିକ ରୁପ ନେବାରେ ଲାଗିଛି । କ୍ରମାଗତ ଭାବରେ କରୋନା ଗ୍ରାଫ୍ ଶୀର୍ଷ ଛୁଇଁବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୩୬୧। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଦିନକୁ ଦିନ ଲୋକାଲ୍ କେସ୍ ବଢ଼ୁ୍ଥିବା ବେଳେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ସୁନ୍ଦରଗଡ଼ ଜିଲ୍ଲାରୁ ୧୩୧, ନୂଆପଡ଼ାରୁ ୬୧, ବରଗଡ଼ରୁ ୫୩, କଟକରୁ ୫୦ ଓ ସମ୍ବଲପୁରରୁ ୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୨୦, ବାଲେଶ୍ୱରରୁ ୨୨ ଜଣ , ଭଦ୍ରକରୁ ୧୭, ବଲାଙ୍ଗୀରରୁ ୨୬, ଯାଜପୁର ରୁ ୧୫, ଝାରସୁଗୁଡାରୁ ୨୩, ମୟୁରଭଞ୍ଜ ରୁ ୨୯, ନବରଙ୍ଗପୁର ଜିଲ୍ଲାରୁ ୧୯ଜଣ, ନୟାଗଡ଼ ଜିଲ୍ଲାରୁ ୬ଜଣ, ପୁରୀ ଜିଲ୍ଲାରୁ ୪୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୩ଜଣ, ସୋନପୁର ଜିଲ୍ଲାରୁ ୨ଜଣ, ଜଗତସିଂହପୁର ଜିଲ୍ଲାରୁ ୨ଜଣ, କନ୍ଧମାଳ ଜିଲ୍ଲାରୁ ୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ଜଣ, କେନ୍ଦୁଝର ଜିଲ୍ଲାରୁ ୨୫ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୩୨ଜଣ ରହିଛନ୍ତି ।

Get real time updates directly on you device, subscribe now.