fbpx

ପ୍ରବଳ ବର୍ଷା ନେଇ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର: ଅନ୍ୟ ରାଜ୍ୟ ପାଇଁ ବି ଚେତାବନୀ

AAKASH

ଦେଶରେ ମୌସୂମୀ ଜନିତ ବର୍ଷା ଲାଗି ରହିଛି । ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ଆଦି ଅଞ୍ଚଳରେ ବନ୍ୟା ହୋଇଥିବା ଫଳରେ ବିଭିନ୍ନ ରାଜ୍ୟ ଏବେ ବି ମରୁଡ଼ିସମ ସ୍ଥିତି ଉପୁଜୁଛି । କିନ୍ତୁ ଆଜିଠାରୁ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ସୂଚନରା ମିଳିଥିବା ବେଳେ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକୁ ଛୁଟି ଦିଆଯାଇଛି । ମାୟାନଗରୀ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ସମସ୍ତ ସ୍କୁଲ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି ବୃହନହୁମ୍ବାଇ ପୌର ନିଗମ । ଆସନ୍ତାଦିନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ।

ସେହିପରି ବୁଧବାର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିବା ପରେ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା । ତେବେ ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରୀୟ ବନ୍ଦର ଅଞ୍ଚଳରେ ଟ୍ରେନ ସେବାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି । ମହାରାଷ୍ଟ୍ରର ଅଧିକାଂଶ ଅଞ୍ଚଳରେ ଜଳବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ଦିନରେ ପ୍ରବଳ ବର୍ଷା ନେଇ ଓଡ଼ିଶା ସମେତ ଉତ୍ତରାଖଣ୍ଡ, ହିମାଚଳ, ଗୁଜୁରାଟ, ଛତିଶଗଡ଼ ଏବଂ ତେଲେଙ୍ଗାନା ଇତ୍ୟାଦି ରାଜ୍ୟ ପାଇଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ତେବେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାବ୍ୟତୀତ ୧୧ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତା ୨୨ ଓ ୨୩ ତାରିଖରେ ୭ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସେହିପରି ଆସନ୍ତା ୨୩, ୨୪ ଏବଂ ୨୫ ତାରିଖ ପାଇଁ ୧୧ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.