fbpx
BJD
BJD SKY
BJD SKY

ଟ୍ରେନ୍ ଛାଡ଼ିବାର ୧୦ ମିନିଟ୍ ପରେ ସିଟକୁ ନଆସିଲେ ବାତିଲ ହୋଇଯିବ କି ଟିକେଟ୍ ? ଜାଣନ୍ତୁ ରେଲୱେର ନୂଆ ନିୟମ

ନୂଆଦିଲ୍ଲୀ: ସହରଗୁଡ଼ିକରେ ଟ୍ରାଫିକ୍ ଜାମ୍ ସମସ୍ୟା ବୃଦ୍ଧି ଏବଂ ପରିବହନରେ ଅଧିକ ସମୟ ଲାଗୁଥିବାରୁ ଅନେକ ଲୋକ ଟ୍ରେନରେ ଯିବାଆସିବା କରିବାକୁ ପସନ୍ଦ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଯଦି ଯାତ୍ରୀ ଗୋଟିଏ କିମ୍ବା ଦୁଇଟି ଷ୍ଟେସନ ପରେ ମଧ୍ୟ ଟ୍ରେନରେ ନିଜର ବର୍ଥରେ ପହଞ୍ଚୁଥିଲେ, ତେବେ ଟିଟିଇ ତାଙ୍କ ଉପସ୍ଥାନକୁ ଚିହ୍ନିତ କରୁଥିଲେ । କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ, ଯଦି ଯାତ୍ରୀ ଟ୍ରେନର ବୋର୍ଡିଂରେ ୧୦ ମିନିଟରୁ ଅଧିକ ବିଳମ୍ବ କରନ୍ତି ତେବେ ତାଙ୍କ ଟିକେଟ୍ ବାତିଲ ହୋଇ ସିଟ୍ ଅନ୍ୟ ଯାତ୍ରୀଙ୍କୁ ଦିଆଯିବ । ଏହି ନିର୍ଦ୍ଦେଶଟି ପ୍ରକୃତରେ ସତ କି କେବଳ ଏକ ଗୁଜବ, ଆସନ୍ତୁ ଜାଣିବା…

ଟିଟିଇ କେବଳ ୧୦ ମିନିଟ୍ ଅପେକ୍ଷା କରିବ !

ଏକ ଦୈନିକ ଖବରକାଗଜର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଯାତ୍ରୀଙ୍କୁ ଯେଉଁ ଷ୍ଟେସନରୁ ଯାତଆ ଆରମ୍ଭ କରିବାର ଥିବ, ସେହି ଷ୍ଟେସନରୁ ଟ୍ରେନରେ ଚଢ଼ିବାକୁ ପଡ଼ିବ । ଟିଟିଇ ଯାଞ୍ଚ ସମୟରେ ଯଦି କୌଣସି ଯାତ୍ରୀ ତାଙ୍କ ସିଟରେ ନଥାନ୍ତି, ତେବେ ସେ ତାଙ୍କୁ ୧୦ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିବେ । ଏହା ପରେ ତାଙ୍କର ଅନୁପସ୍ଥିତି ରେକର୍ଡ ହେବ । ଏହା ସହିତ ଟ୍ରେନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀଙ୍କୁ ସେହି ବାତିଲ ହୋଇଥିବା ସିଟ୍ ବଣ୍ଟନ କରାଯିବ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଟିଟିଇ ନିଜ ସାଥିରେ ଥିବା ଯାତ୍ରୀଙ୍କ ପେପର ଲିଷ୍ଟରେ ଯାତ୍ରୀଙ୍କ ଉପସ୍ଥିତିକୁ ମାର୍କ କରୁଥିଲେ । ଏହି ପ୍ରକ୍ରିୟାରେ ସେ ଯାତ୍ରୀ ଆସିବା ପାଇଁ ପରବର୍ତ୍ତୀ ଷ୍ଟେସନ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କୁ ହ୍ୟାଣ୍ଡ ହେଲ୍ଡ ଟର୍ମିନାଲ୍ ଦିଆଯାଇଛି । ଯାହା ମାଧ୍ୟମରେ ସେ ଯାତ୍ରୀମାନଙ୍କ ଟିକେଟ୍ ଯାଞ୍ଚ କରିବେ ଏବଂ ସେମାନଙ୍କ ଆସିବା ବା ନଆସିବା ବିବରଣୀ ପୂରଣ କରିବେ । ଏହା ସହିତ ତାଙ୍କର ସବିଶେଷ ତଥ୍ୟ ଭାରତୀୟ ରେଳବାଇର ରେକର୍ଡରେ ମଧ୍ୟ ଲିପିବଦ୍ଧ ହୋଇଛି ।

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଟିକେଟ୍ ବୁକ୍ କରିବା ପରେ ଯାତ୍ରୀମାନଙ୍କୁ ନିଜ ବୋର୍ଡିଂ ଷ୍ଟେସନରୁ ଟ୍ରେନରେ ଚଢ଼ି ନିଜ ଆସନରେ ପହଞ୍ଚିବାକୁ ପଡ଼ିବ । ଯଦି ସେମାନେ ତାହା ନକରନ୍ତି, ତେବେ ସେମାନଙ୍କର ଟିକେଟ୍ ବାତିଲ କରାଯାଇ ଅନ୍ୟ ଯାତ୍ରୀଙ୍କୁ ଦିଆଯାଇପାରିବ । ଯଦିଓ ଅନେକ ଥର ଭିଡ଼ ଯୋଗୁଁ ଟିଟିଇଙ୍କୁ ଯାତ୍ରୀଙ୍କ ସିଟରେ ପହଞ୍ଚିବାରେ ବିଳମ୍ବ ହୋଇପାରେ । ଏଭଳି ପରିସ୍ଥିତିରେ ଯାତ୍ରୀ କିଛି ଅତିରିକ୍ତ ସମୟ ପାଇପାରିବେ, କିନ୍ତୁ ଏପରି କରିବା ବିପଦ । ତେଣୁ ଯେଉଁଠାରେ ଗୋଟିଏ ସିଟ୍ ଅଛି, ଠିକ୍ ସମୟରେ ସେଠାରେ ପହଞ୍ଚିବା ଆପଣଙ୍କ ପାଇଁ ଭଲ ।

Get real time updates directly on you device, subscribe now.