fbpx

ସଡ଼କ ଦୁର୍ଘଟଣାରେ ଶ୍ରୀଲଙ୍କା ମନ୍ତ୍ରୀ ସନଥ ନିଶାନ୍ତଙ୍କ ମୃତ୍ୟୁ, ସୁରକ୍ଷାକର୍ମୀ ମଧ୍ୟ ହରାଇଲେ ପ୍ରାଣ

Advertisement

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ଶ୍ରୀଲଙ୍କା ରାଜ୍ୟ ମନ୍ତ୍ରୀ ସନଥ ନିଶାନ୍ତଙ୍କ ମୃତ୍ୟୁ ଘଟିଛି । ତାଙ୍କ ସହ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ପୋଲିସ ଅଧିକାରୀଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି । କଲମ୍ବୋ-କାଟୁନାଏକେ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଛି ।

କଲମ୍ବୋ-କାଟୁନାକେ ଏକ୍ସପ୍ରେସୱେରେ ଦୁର୍ଘଟଣା :-
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ମନ୍ତ୍ରୀ ନିଶାନ୍ତ ତାଙ୍କ ସୁରକ୍ଷା ଅଧିକାରୀ ଏବଂ ଡ୍ରାଇଭରଙ୍କ ସହ କଲମ୍ବୋ-କାଟୁନାଏକ ଏକ୍ସପ୍ରେସୱେରେ ଯାଉଥିବାବେଳେ ତାଙ୍କ ଜିପ ଅନିୟନ୍ତ୍ରିତ ହୋଇ କଣ୍ଟେନର ସହ ଧକ୍କା ହୋଇଥିଲା । ଏହା ପରେ କଣ୍ଟେନରଟି ରାସ୍ତା କଡରେ ଜିପ୍ କୁ ଚାପି ଦେଇଥିଲା, ଯେଉଁଥିପାଇଁ ଗାଡିଟି ଭାଙ୍ଗି ଯାଇଥିଲା ।

ଏହି ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଛି । ସମସ୍ତଙ୍କୁ ତୁରନ୍ତ ରାଗାମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ମନ୍ତ୍ରୀ ନିଶାନ୍ତ ଏବଂ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ପୋଲିସ କହିଛି ଯେ ଜିପ୍ ଡ୍ରାଇଭର ଗୁରୁତର ଆହତ ହୋଇଥିବାରୁ ଏବେ ତାଙ୍କର ଚିକିତ୍ସା ଚାଲିଛି ।

Get real time updates directly on you device, subscribe now.