fbpx

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ: ପ୍ରଦୂଷଣ ବଳୟରେ ରାଜ୍ୟର ୭ଟି ସହର, ହାର୍ଟ, ଲଙ୍ଗସ ଓ ବ୍ରେନ ଷ୍ଟ୍ରୋକକୁ ନେଇ ଚେତାବନୀ ଦେଲେ AIIMS ବିଶେଷଜ୍ଞ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ଚିନ୍ତା ବଢ଼ାଇଛି । ବିଷାକ୍ତ ବାୟୁକୁ ଶ୍ୱାସକ୍ରିୟାରେ ଗ୍ରହଣ କରିବା ଫଳରେ ଲୋକମାନେ ଅନେକ ଭୟଙ୍କର ରୋଗର ଶିକାର ହେଉଛନ୍ତି । ବିଶେଷ କରି ବାୟୁ ପ୍ରଦୂଷଣର ପ୍ରଭାବ ଆମର ଫୁସଫୁସ, ହୃଦୟ ଓ ବେନ ଉପରେ ପଡ଼ିଥାଏ ବୋଲି ଦିଲ୍ଲୀ ଏମ୍ସର ଜଣେ ନ୍ୟୁରୋ ସର୍ଜନ ବିଶେଷଜ୍ଞ କହିଛନ୍ତି ।

ଖରାପ ବାୟୁ ଗ୍ରହଣ କରିବା ପରେ ତାହା ବ୍ରେନ ଷ୍ଟ୍ରୋକର ଆଶଙ୍କା ବଢ଼ାଇଥାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି । ପ୍ରଦୂଷଣ ଆମର ଶରୀର କଣରେ ପ୍ରବେଶ କରି ରକ୍ତ ନଳୀରେ ପହଞ୍ଚି ନଳୀର ଲାଇନିଂକୁ ଖରାପ କରିଥାଏ ବୋଲି କୁହାଯାଇଛି । ଲୋକମାନେ ପ୍ରଦୂଷଣକୁ ଅଣଦେଖା କରୁଛନ୍ତି । ପ୍ରଦୂଷଣ କାରଣରୁ ପାଖାପାଖି ୨୦ରୁ ୨୫ ପ୍ରତିଶତ ମୃତ୍ୟୁ ହାର୍ଟ ଆଟାକରେ ଘଟିଥାଏ ବୋଲି ୨୦୧୫ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଥିଲା ।

ତେବେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଏବେ ଓଡ଼ିଶାର ଚିନ୍ତା ବଢ଼ିଯାଇଛି । ରାଜ୍ୟର ୭ଟି ସହର ପ୍ରଦୂଷଣ ବଳରେ ରହିଛି । ସତର୍କ ନହେଲେ ଆଗମୀ ଦିନରେ ତାହା ବିପଦ ଡାକି ଆଣିପାରେ । ଆଗକୁ ଦିପାବଳୀ ଥିବାରୁ ଏନେଇ ରାଜ୍ୟବାସୀ ସଚେତନ ହେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ପ୍ରଦୂଷଣକୁ କିପରି ୨୦ ପ୍ରତିଶତ ହ୍ରାସ କରାଯାଇ ପାରିବେ ସେଥିପାଇଁ ବୋର୍ଡ ପକ୍ଷରୁ ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି । ରାଜଧାନୀ ଭୁବନେଶ୍ୱରର ସ୍ଥିତି ନିୟନ୍ତ୍ରଣ ଭିତରେ ରହିଥିଲେ ମଧ୍ୟ ଜନସାଧାରଣ ଏନେଇ ସଚେତନ ରହିବାର ଆବଶ୍ୟକତା ରହିଛି । ବାୟୁ ପ୍ରଦୂଷଣର ମାନକ ଭୁବନେଶ୍ୱରରେ ୯୧, ରାଉରକେଲାରେ ୮୧, କଟକରେ ୬୦, ନୟାଗଡ଼ରେ ୫୧ ରହିଛି । ଆଗକୁ ଶୀତ ଆସୁଥିବାରୁ ସଚେତନ ନହେଲେ ଏହି ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରିହଛି । ତେବେ ଚାରା ରୋପଣ ଓ ସାଇକେଲ ଚାଳନା ହିଁ ବିକଳ୍ପ ବୋଲି ପରିବେଶ ବିଜ୍ଞାନୀମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.