fbpx
BSKY
BJD MC SKY
BJD MS SKY

ପୁଣି ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ: ମହିଳାଙ୍କୁ ଛୁରୀ ଭୁସି ହତ୍ୟା

ଭୁବନେଶ୍ୱର: ପୁଣି ସାମ୍ନାକୁ ଆସିଛି ଆଉ ଏକ ବିଭତ୍ସ ହତ୍ୟାକାଣ୍ଡ । ଭୁବନେଶ୍ୱରରେ ଜଣେ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଠାରେ । ସେଠାକାର ଏକ ଜଳଖିଆ ଦୋକାନରେ ମହିଳାଙ୍କୁ ହତ୍ୟା କରାଯାଇଛି ।

ତେବେ ମହିଳାଜଣଙ୍କୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ମିଳିଛି । ତେବେ ଦୁର୍ବୃତ୍ତ ଜଣକ କିଏ ଏବଂ ହତ୍ୟାର ପଛର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ପୁଲିସ ଆଜି ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି । ତେବେ ଏ ନେଇ ଅଧିକ ଅନୁସନ୍ଧାନ ଜାରି ରଖିଛି ।

Get real time updates directly on you device, subscribe now.