fbpx

ବାସି ଖାଦ୍ୟ ଖାଇ ହସ୍ପିଟାଲରେ ଭର୍ତ୍ତିହେଲେ ୩୧ କଲେଜ ଛାତ୍ରୀ: ବାସି ଖାଦ୍ୟ ଖାଇଲେ ୫ ପ୍ରକାର ରୋଗ ହୋଇଥାଏ- ବିଶେଷଜ୍ଞ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ଲୋକଙ୍କର ବାସି ଖାଦ୍ୟ ଖାଇବା ଅଭ୍ୟାସ ରହିଥାଏ । ଏପରି କିଛି ଲୋକ ଖରା, ବର୍ଷା, ଶୀତ ଅଧିକାଂଶ ସମୟରେ ବାସି ଖାଦ୍ୟ ଖାଉଥିବା ଦେଖାଯାଇଥାଏ । ତେବେ ଏହି ଅଭ୍ୟାସ ଆପଣଙ୍କ ପାଇଁ ବିପଦ ସାଜିପାରେ । ଏହା ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ବାସି ଖାଦ୍ୟ ଖାଇ୍ୟ ୩୧ ଜଣ ସ୍କୁଲ ଛାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ମୁତାବକ, ବରଗଡ଼ ଜିଲ୍ଲା ଅତାବିରା କଲେଜ ହଷ୍ଟେଲରେ ରହୁଥିବା ୩୧ ଜଣ ଛାତ୍ରୀ ବାସି ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସକାଳେ ରନ୍ଧା ଯାଇଥିବା ଖାଦ୍ୟକୁ ସନ୍ଧ୍ୟା ସମୟରେ ପୁଣି ଦିଆଯିବାରୁ ଏପରି ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଖାଦ୍ୟ ଖାଇବା ପରେ ଅନେକ ଛାତ୍ରୀ ପେଟ ଯନ୍ତ୍ରଣାର ଶିକାର ହୋଇଥିଲେ । ପରବର୍ତ୍ତୀ ସମୟରେ ଖବର ପାଇ ଅଭିଭାବକମାନେ ସ୍କୁଲରେ ପହଞ୍ଚିଥିଲେ ଓ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାତ୍ରୀମାନେ ଚିକିତ୍ସାଧୀନ ଅଛନ୍ତି ।

ତେବେ ବାସି ଖାଦ୍ୟ ଖାଇଲେ ତାହା ଆମର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଥାନ୍ତି । (୧) ରନ୍ଧା ଯାଇଥିବା ଭାତକୁ ରୁମରେ ଅଧିକ ସମୟ ଧଣି ରଖିଲେ ସେଥିରେ ଏକ ବ୍ୟାକ୍ଟେରିଆ ସୃଷ୍ଟି ହୁଏ । (୨) ବାସି ଭାତକୁ ଗରମ କରି ଖାଇଲେ ତାହା ଫୁଡ୍ ପଏଜନିଂର କାରଣ ସାଜିଥାଏ । (୩) ରନ୍ଧା ଯାଇଥିବା ଚିକେନକୁ ଅଧିକ ସମୟ ପର୍ଯ୍ୟନ୍ତ ରଖି ଖାଇଲେ ସେଥିରେ ବ୍ୟାକ୍ଟେରିଆ ଅଧିକ ବେଗରେ ବଢ଼ିଥାନ୍ତି । (୪) ଆଳୁକୁ ରାନ୍ଧି ଅଧିକ ସମୟ ପର୍ଯ୍ୟନ୍ତ ଛାଡ଼ିଦେଲେ ସେଥିରେ ବ୍ୟାକ୍ଟେରିଆ ସୃଷ୍ଟି ହେବା ସହ ତାହା ଆମର ଦୃଷ୍ଟିଶକ୍ତି ହ୍ରାସ, ମୁହଁ ଶୁଖିଲା, ଶ୍ୱାସକ୍ରିୟା ଯନ୍ତ୍ରଣାର କାରଣ ସାଜିଥାଏ । (୫) ଏହି ସମସ୍ୟା ସାଧାରଣ ଭାବେ ଶିଶୁଙ୍କଠାରେ ଦେଖାଯାଇଥାଏ । ତେଣୁ ଆଳୁକୁ କେବେ ବି ମାଇକ୍ରୋୱେଭରେ ନ ରଖିବାକୁ କୁହାଯାଇଥାଏ ।

Get real time updates directly on you device, subscribe now.