fbpx

ରାଜ୍ୟ ସରପଞ୍ଚ ମହାସଂଘ ଆନ୍ଦୋଳନ ସ୍ଥଗିତ; ସ୍ଥାୟୀ ସମାଧାନର ଆଶା ରଖିଛି ମହାସଂଘ

ଭୁବନେଶ୍ବର: ସ୍ଥଗିତ ହେଲା ରାଜ୍ୟ ସରପଞ୍ଚ ମହାସଂଘ ଆନ୍ଦୋଳନ । ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଏକ ମାସର ମହଲତ ଦେଇଛି ମହାସଂଘ । ଅନ୍ତ ମନ୍ତ୍ରୀସ୍ତରୀୟ ବୈଠକରେ ମହାସଂଘର ସଦସ୍ୟଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର । ବୈଠକରେ ସ୍ଥାୟୀ ସମାଧାନ ହେବ ବୋଲି ଆଶା ରଖିଛି ମହାସଂଘ। ଦୀର୍ଘଦିନ ହେବ ବିଭିନ୍ନ ଦାବି ପୂରଣ ପାଇଁ ଲୋୟର ପିଏମଜିରେ ଧାରଣାରେ ବସିଥିଲେ ସରପଞ୍ଚ ଓ ସମିତି ସଭ୍ୟ । ସରପଞ୍ଚ ଓ ସମିତିସଭ୍ୟ ପ୍ରତିନିଧି ଅଭିଯୋଗ କରିଥିଲେ ଯେ ରାଜ୍ୟ ସରକାର ଉଭୟଙ୍କ କ୍ଷମତାକୁ ବ୍ୟାପକ ଭାବେ ହ୍ରାସ କରିଛନ୍ତି । ଉପଯୁକ୍ତ ଦରମା ଓ ଅନ୍ୟାନ୍ୟ ସୁବିଧା ତ ମିଳିବା ଦୂରର କଥା ବ୍ଲକରେ ଥିବା ବିଡିଓ ଓ ସରକାରୀ ବ୍ୟବସ୍ଥା ସେମାନଙ୍କ ଅଧିକାର ଓ କ୍ଷମତାରେ ବାଧା ସୃଷ୍ଟି କରୁଛନ୍ତି ।

Get real time updates directly on you device, subscribe now.