fbpx

ଏହି ରାଜ୍ୟରୁ ଚିହ୍ନଟ ହେଲା Stealth Omicronର ୨୧ ମାମଲା, ୬ ଶିଶୁ ରହିଛନ୍ତି ସାମିଲ; ଫୁସଫୁସ ଉପରେ ପକାଉଛି ପ୍ରଭାବ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ବଢ଼ିବା ସହିତ ଏହାସହ ଜଡ଼ିତ ଏକାଧିକ ଭାରିଆଣ୍ଟ ମଧ୍ୟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ଦେଶରେ ଦେଖାଯାଇଥିବା ଓମିକ୍ରନ ଭାରିଆଣ୍ଟ ଅଧିକ ସଂକ୍ରାମକ ସାବ୍ୟସ୍ତ ହୋଇଛି । ଇତି ମଧ୍ୟରେ ୟୁରୋପରେ ଓମିକ୍ରନର ଆଉ ଏକ ସବ୍-ଭାରିଆଣ୍ଟ୍ ଚିହ୍ନଟ ହୋଇଛି । ଯାହା ମାରାତ୍ମକ ହୋଇଥିବା ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଏବେ ଏହି ସବ୍-ଭାରିଆଣ୍ଟ୍ ମଧ୍ୟପ୍ରଦେଶର ଇନ୍ଦୋରରେ ବ୍ୟାପିଯାଇଛି । ଏଠାରୁ ୨୧ଟି ମାମଲା ସାମନାକୁ ଆସିଛି । ଯେଉଁଥିରେ ୬ଜଣ ଶିଶୁ ସାମିଲ ଅଛନ୍ତି । ଜାନୁଆରୀ ୬ ତାରିଖରୁ ଏହି ମାମଲା ଚିହ୍ନଟ ହେବା ଆରମ୍ଭ ହୋଇଥିଲା ।

ଅଧିକାରୀଙ୍କ ସୁଚନା ମୁତାବକ, ଓମିକ୍ରନ ଭାରିଆଣ୍ଟର ବିଏ.୨ ସବ୍-ଭାରିଆଣ୍ଟର ୨୧ଟି ମାମଲା ଏଯାବତ୍ ସାମନାକୁ ଆସିଛି । ଏଥିରେ ସଂକ୍ରମିତଙ୍କ ଫୁସଫସ୍ ଉପରେ ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳିଛି । ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବ ପକାଉଛି ଏହି ସବ୍-ଭାରିଆଣ୍ଟ୍ । ଚିହ୍ନଟ ୨୧ଟି ମାମଲାରୁ ୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ଅନ୍ୟ ୧୮ ଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ୨୧ ଜଣଙ୍କ ମଧ୍ୟରେ ଥିବା ୧୫ ଜଣ ବ୍ୟକ୍ତି ଦୁଇଟି ଡୋଜ୍ ଟିକା ନେଇସାରିଛନ୍ତି ।

Get real time updates directly on you device, subscribe now.