fbpx

ମୃତ୍ୟୁର ଯନ୍ତାରେ ଷ୍ଟିଲ୍ ସିଟି: ସରକାର ନେବେ ଉଚିତ ପଦକ୍ଷେପ

ରାଉରକେଲା, ୧୧ା୩ (ଓଡିଶା ଭାସ୍କର): ଗତ ୪ ଦିନ ହେଲା ଷ୍ଟିଲ୍ ସିଟି ରାଉରକେଲାର ପରିବେଶ ଦୂଷିତମୟ ହୋଇପଡ଼ିଛି । ଲୋକଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିବା ବେଳେ ଅଳ୍ପ ଦୂରରୁ କିଛି ଦେଖା ଯାଉନାହିଁ । ଚାରିଆଡ଼େ କେବଳ ଧୂଆଁମୟ ପରିବେଶ । ପ୍ରଦୂଷଣ ମାତ୍ରାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଧୂଆଁ ଓ ପ୍ରଦୂଷଣରେ ପୀଡ଼ିତ ରୋଗୀଙ୍କୁ ନେଇ ରାଉରକେଲା ସରକାରୀ ହସ୍ପିଟାଲରେ ଅସମ୍ଭାଳ ଭିଡ଼ ଦେଖାଦେଇଛି । ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ହେଲେ ସହର ମଧ୍ୟରେ ଭାରିଯାନ ଚଳାଚଳ ବନ୍ଦ କରାଯିବ । ପରିସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ସ୍କୁଲ, କଲେଜକୁ ସାମୟିକ ଛୁଟି କରାଯିବ ।ଏଥିସହ ରେଳ ଷ୍ଟେସନ ଲୋଡିଂ, ଅନଲୋଡିଂ ପଏଣ୍ଟ ମଧ୍ୟ ବନ୍ଦ କରାଯିବ । ସରକାର ଏହି ଘଟଣାରେ କଠୋର ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଅଧିକାରୀ ଜଣକ କହିଛନ୍ତି ।

Get real time updates directly on you device, subscribe now.