fbpx
BJD
BJD SKY
BJD SKY

ଏବେ ବି ସମ୍ପୂର୍ଣ୍ଣ ଫିଟ ନାହାନ୍ତି କେ.ଏଲ ରାହୁଲ: ଏସିଆ କପ୍ ରେ ଖେଳିବା ନେଇ ସନ୍ଦେହ

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଦୀର୍ଘ ଦିନ ପରେ ଭାରତୀୟ ଦଳକୁ କମବ୍ୟାକ କରିଛନ୍ତି ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ଏବଂ କେ.ଏଲ ରାହୁଲ । ତେବେ ଏସିଆ କପ୍ ପାଇଁ ଦଳ ଘୋଷଣା କରିବାର କିଛି ସମୟ ପରେ ଆଉ ଏକ ଖୁଲାସା କରିଛନ୍ତି ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ଏସିଆ କପ୍ ପାଇଁ ଦଳ ଘୋଷଣା କରିବା ସମୟରେ ଏ ନେଇ ସେ ସୂଚନା ଦେଇଛନ୍ତି । ତେବେ ଶ୍ରେୟସ ଅୟର ଏସିଆ କପ୍ ପାଇଁ ସମ୍ପୂର୍ଣ୍ଣ ଫିଟ ରହିଛନ୍ତି ।

ଭାରତୀୟ ଦଳ ଘୋଷଣା ସମୟରେ ଅଜିତ କହିଛନ୍ତି ଯେ, ଏସିଆ କପ୍ ପାଇଁ ଶ୍ରେୟସ ଅୟର ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ କେ.ଏଲ ରାହୁଲଙ୍କ ଖେଳିବା ନେଇ ଏବେ ବି ସନ୍ଦେହ ରହିଛି । ଏବେ ମଧ୍ୟ ରାହୁଲ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ସେ ପ୍ରଥମ କିଛି ମ୍ୟାଚରେ ଅନୁପସ୍ଥିତ ରହିପାରନ୍ତି । ତେବେ ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚ ସୁଦ୍ଧା ସେ ସୁସ୍ଥ ହୋଇପାରିବେ ବୋଲି କହିଛନ୍ତି ଅଜିତ ଅଗରକର । ଏସିଆ କପ୍ ପାଇଁ ଶ୍ରେୟସ ଏବଂ ରାହୁଲଙ୍କ କମ୍ବ୍ୟାକ ରୋହିତ ଶର୍ମାଙ୍କୁ ଚିନ୍ତାମୁକ୍ତ କରିଛି । ଦଳରେ ୪-୫ ନମ୍ବରକୁ ନେଇ ରହିଥିବା ସମସ୍ୟା ଏବେ ପୂରଣ ହୋଇପାରିବ ବୋଲି ଆଶା କରାଯାଉଛି । ତେବେ ଏ ନେଇ ରୋହିତ କହିଛନ୍ତି ଯେ, ଏହା ଦଳର ଏକ ନମ୍ବର ନୁହେଁ, ଏହି ନମ୍ବରର ଖେଳାଳି ଗୋଟିଏ ଦଳକୁ ବିଜୟୀ କରାଇପାରେ । ତେବେ ଦଳରେ ଆହତ ସମସ୍ୟା ଭଳି କିଛି ଅସୁବିଧା ରହିଛି । ଏହି ନମ୍ବରରେ ବ୍ୟାଟିଂ କରିବା ପାଇଁ ଅନେକ ଖେଳାଳିଙ୍କୁ ସୁଯୋଗ ମିଳିଥିଲେ ହେଁ, ଦୀର୍ଘ ବର୍ଷରୁ ଏହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ।

ସୂଚନା ଥାଉ କି, ଭାରତୀୟ ଦଳରେ କେ.ଏଲ ରାହୁଲ ଏବଂ ଶ୍ରେୟସ ଅୟରଙ୍କ ବ୍ୟତୀତ ଜଶପ୍ରୀତ ବୁମରାହ ଦଳକୁ କମବ୍ୟାକ କରୁଛନ୍ତି ଏବଂ ତିଲକ ବର୍ମାଙ୍କୁ ଏହି ଦଳରେ ସ୍ଥାନ ଦେଇଛି ବିସିସିଆଇ । ଏହାସହିତ ମହମ୍ମଦ ଶାମୀ, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣା ମଧ୍ୟ ଦଳରେ ସ୍ଥାନ ହାସଲ କରିଛନ୍ତି ।

ଏସିଆ କପ୍ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଅୟର, କେ.ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା(ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଶାର୍ଦ୍ଦୁଳ ଠାକୁର, ଜଶପ୍ରୀତ ବୁମରାହ, ମହମ୍ମଦ ଶାମୀ, ମହମ୍ମଦ ସିରାଜ, କୁଳଦୀପ ଯାଦବ ଏବଂ ପ୍ରସିଦ୍ଧ କୃଷ୍ଣା

Get real time updates directly on you device, subscribe now.