fbpx
BSKY
BJD MC SKY
BJD YOUTH SKY

୨୦ ଖେଳାଳି ବିକ୍ରି ପରେ ବି ମୁମ୍ବାଇ ହାଇଦ୍ରାବାଦ ବ୍ୟାଗ ଖାଲି: ଖର୍ଚ୍ଚ ହୋଇନି ଗୋଟିଏ ଟଙ୍କା

ବେଙ୍ଗଲୁରୁ: ୨୦୨୨ IPL ପାଇଁ ଚାଲିଛି ମେଗା ଅକ୍ସନର ପ୍ରଥମ ଦିନ । ଶିଖର ଧୱନ, ଶ୍ରେୟସ ଅୟରଙ୍କ ଭଳି ବଡ ଖେଳାଳି ବିଭିନ୍ନ ଦଳ ସହ ଯୋଡି ହୋଇସାରିଛନ୍ତି । ପ୍ରଥମ ସେସନରେ ୨୦ ଜଣ ଖେଳାଳି ବିକ୍ରି ହୋଇ ସାରିଥିବା ବେଳେ ଅନେକ ଦଳ ନିଜ ନିଜ ଷ୍ଟାର ଖେଳାଳିମାନଙ୍କୁ ଦଳରେ ସାମିଲ କରିଛନ୍ତି । କିନ୍ତୁ ଦୁଇ ଚମ୍ପିଆନ ଦଳ ଏପର୍ଯ୍ୟନ୍ତ ମଧ୍ୟ କୌଣସି ଖେଳାଳିଙ୍କୁ ଦଳରେ ସାମିଲ କରି ନାହାନ୍ତି । ଇଣ୍ଡିଆନ ପ୍ରିମିୟର ଲିଗର ସବୁଠୁ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଏ ପର୍ଯ୍ୟନ୍ତ କୌଣସି ଖେଳାଳିଙ୍କୁ ଦଳରେ ସାମିଲ କରିନାହିଁ । ସେହିପରି ୨୦୧୬ର ଚମ୍ପିଆନ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଖେଳାଳିଙ୍କ ଉପରେ ଭରଷା କରିନାହିଁ ।
ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ତିନି ଜଣ ସୁପରଷ୍ଟାର ଏବେ ରୋହିତଙ୍କୁ ଛାଡି ଅନ୍ୟ ଦଳରେ ସାମିଲ ହୋଇଛନ୍ତି । ୨୦୨୧ରେ ମୁମ୍ପାଇ ଜର୍ସିରେ ଖେଳୁଥିବା ତିନି ଖେଳାଳିଙ୍କୁ ହରାଇଛନ୍ତି ଅଧିନାୟକ ରୋହିତ ଶର୍ମା । ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା. ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି’କକଙ୍କ ସମେତ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲଟଙ୍କୁ ହରାଇସାରିଛି ମୁମ୍ବାଇ । ନୂଆ କରି ୨୦୨୨ରେ ଯୋଗ ଦେଇଥିବା ଫ୍ରାଞ୍ଚାଇଜି ଗୁଜୁରାଟ ଟାଇଟାନ୍ସ ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରି ଅଧିନାୟକ ପଦ ମଧ୍ୟ ଦେଇଛି । ସେପଟେ ଲକ୍ଷେ୍ନø ସୁପର ଜିଆଣ୍ଟସ କ୍ୱିଣ୍ଟନ ଡି’କକଙ୍କୁ ୬.୭୫ କୋଟି ଟଙ୍କାରେ ମୁମ୍ବାଇ ପାଖରୁ ଛଡାଇ ନେଇଛି । ୮ କୋଟି ବିନିମୟରେ ରାଜସ୍ଥାନ ରୋୟଲ୍ସ ଟ୍ରେଣ୍ଟ ବୋଲ୍ଟଙ୍କୁ ଦଳରେ ସାମିଲ କରିଛି । ସେହିପରି ହାଇଦ୍ରାବାଦ ମଧ୍ୟ ନିଜର ପୂର୍ବତନ ଅଧିନାୟକ ଡାଭିଡ ୱାର୍ଣ୍ଣରଙ୍କୁ ହରାଇଛି । ଦିଲ୍ଲୀ ଡେୟରଡେଭିଲ୍ସ ୱାର୍ଣ୍ଣରଙ୍କୁ ୬.୨୫କୋଟିରେ କିଣି ନିଜର କରିଛି ।

Get real time updates directly on you device, subscribe now.