fbpx

କି ଯୁଗ ଆସିଲା! ସ୍କୁଲ ଯିବାକୁ କହିବାରୁ ବିଷ ପିଇଦେଲା ଛାତ୍ରୀ

ମାଲକାନଗିରି(ଓଡ଼ିଶା ଭାସ୍କର): କରୋନା କଟକଣା ମଧ୍ୟରେ ସ୍କୁଲ , କଲେଜ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଜଣେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଅଦ୍ଭୁତ ଘଟଣା ମାଲକାନଗିରି ବ୍ଲକ ଭୀମାରାଙ୍ଗିଣୀ ଗାଁରେ ଘଟିଯାଇଛି, ଯେଉଁଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲ ଯିବାକୁ ନେଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁସାରେ, ଗତକାଲି ଛାତ୍ରୀଜଣକ ପିଷ ପିଇଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ସ୍କୁଲ ଯିବାକୁ କହିବାରୁ ବିଷ ପିଇଥିବା ମୃତ ଛାତ୍ରୀଙ୍କ ବାପା କହିଛନ୍ତି ।

Get real time updates directly on you device, subscribe now.