fbpx

ସରକାରଙ୍କ ଏହି ସ୍କିମରେ ପ୍ରତିମାସ ମିଳିବ ୩୦୦୦ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରାଯାଇଛି  । ଯେଉଁଥିରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅଟେ । ଏହି ଯୋଜନା ଅନୁଯାୟୀ ରିକ୍ସା ଚାଳକ, ନର୍ମାଣ ଶ୍ରମିକ ଏବଂ ଅସଂଗଠିତ ଅଞ୍ଚଳ ସହ ଜଡିତ ଲୋକଙ୍କୁ ବୃଦ୍ଧାବସ୍ଥାରେ ପେନସନ ମିଳିପାରିବ । ଯୋଜନା ଅନୁଯାୟୀ ସରକାର ଶ୍ରମିକଙ୍କୁ ପେନସନର ଗ୍ୟାରେଣ୍ଟି ଦେଉଛନ୍ତି । ଏହି ଯୋଜନାରେ ଆପଣ ପ୍ରତିଦିନ କେବଳ ୨ ଟଙ୍କା ବଞ୍ଚାଇ ପ୍ରତିବର୍ଷ ୩୬ ହଜାର ଟଙ୍କା ପେନସନ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ସ୍କିମ ବିଷୟରେ ।

ଏହି ସ୍କିମକୁ ଆରମ୍ଭ କରିବା ପରେ ଆପଣଙ୍କୁ ପ୍ରତିମାସରେ ୫୫ ଟଙ୍କା ଅର୍ଥାତ୍ ପ୍ରତିଦିନ ୨ ଟଙ୍କାରୁ ବି କମ୍ ଜମା କରିବାକୁ ପଡ଼ିବ । ଏମିତିରେ ଦେଖିଲେ ଯଦି ଜଣେ ୧୮ ବର୍ଷରୁ ଅଧିକ ବୟସର ପ୍ରତିଦିନ ଯଦି ୨ ଟଙ୍କା ବଞ୍ଚାଉଛନ୍ତି ତେବେ ବାର୍ଷିକ ୩୬ ହଜାର ଟଙ୍କା ପେନସନ ପାଇପାରିବେ । ଯଦି କୌଣସି ବ୍ୟକ୍ତି ୪୦ ବର୍ଷ ବୟସରୁ ଏହି ସ୍କିମରେ ନିବେଶ କରୁଛନ୍ତି ତେବେ ତାଙ୍କୁ ପ୍ରତିମାସ ୨୦୦ ଟଙ୍କା ଜମା କରିବାକୁ ହେବ । ୬୦ ବର୍ଷ ପରେ ତାଙ୍କୁ ପେନସନ ମିଳିବା ଆରମ୍ଭ ହେବ । ୬୦ ବର୍ଷ ପରେ ଆପଣଙ୍କୁ ୩୦୦୦ ଟଙ୍କା ପ୍ରତିମାସ ହିସାବରେ ପ୍ରତିବର୍ଷ ୩୬ ହଜାର ଟଙ୍କା ପେନସନ ମିଳିବ ।

ଏହି ଯୋଜନାର ଲାଭ ନେବା ପାଇଁ ଆପଣଙ୍କ ପାଖରେ ସେଭିଙ୍ଗ୍ସ ଆକାଉଣ୍ଟ ରହିଥିବା ଆବଶ୍ୟକ । ଏହି ଯୋଜନା ପାଇଁ ଆପଣଙ୍କୁ କମନ ସର୍ଭିସ ସେଣ୍ଟର ବା ଜନସେବା କେନ୍ଦ୍ରରେ ଅନଲାଇନ ପୋର୍ଟାଲରେ ପଞ୍ଜୀକରଣ କରାଇବାକୁ ହେବ । ଏହି ସେଣ୍ଟର ଦ୍ୱାରା ଅନଲାଇନ ସବୁ ତଥ୍ୟ ଭାରତ ସରକାରଙ୍କ ପାଖରେ ପହଞ୍ଚିଯିବ ।

ପଞ୍ଜୀକରଣ ପାଇଁ ଆପଣଙ୍କୁ ଆପଣଙ୍କ ଆଧାର କାର୍ଡ ନମ୍ବର, ସେଭିଙ୍ଗ୍ସ ଆକାଉଣ୍ଟ ବା ଜନଧନ ଆକାଉଣ୍ଟ ନମ୍ବର, ମୋବାଇଲ ନମ୍ବର ଦରକାର । ଏହା ସହ ଏକ ସହମତି ପତ୍ର ମଧ୍ୟ ଦେବାକୁ ହେବ ଏହାକକୁ ବ୍ୟାଙ୍କ ବ୍ରାଞ୍ଚରେ ମଧ୍ୟ ଦେବାକୁ ହେବ ଯାହାଦ୍ୱାରା ପ୍ରତି ମାସରେ ଆକଉଣ୍ଟରୁ ଟଙ୍କା କଟିପାରିବ ।

 

Get real time updates directly on you device, subscribe now.