fbpx
BSKY
BJD MC SKY
BJD YOUTH SKY

ଆଇପିଏଲ୍ ଅକ୍ସନ୍ ୨୦୨୨: ରାଇନାଙ୍କୁ କିଣିଲେନି କୌଣସି ଫ୍ରାଞ୍ଚାଇଜି

ନୂଆଦିଲ୍ଲୀ: ଆରମ୍ଭ ହୋଇ ଯାଇଛି ଆଇପିଏଲର ମେଗା ଅକ୍ସନ୍ । ଷୋଡଶ ସଂସ୍କରଣ ପାଇଁ ଅନେକ ଯୁବ ଖେଳାଳି ବାଜି ମାରି ନେଇଥିବା ବେଳେ ଏକଦା ମିଷ୍ଟର ଆଇପିଏଲ ଭାବରେ ପ୍ରସିଦ୍ଧ ଥିବା ସୁରେଶ ରାଇନା କିନ୍ତୁ ପଛରେ ପଡି ଯାଇଛନ୍ତି । ରାଇନାଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଥିବା ବେଳେ କୌଣସି ବି ଫ୍ରାଞ୍ଚାଇଜି ରାଇନାଙ୍କୁ ନେବାକୁ ଆଗ୍ରହ ପ୍ରକାଶ କରିନଥିଲେ । ଆଇପିଏଲ୍ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗସର ସଦସ୍ୟ ରହି ଆସିଥିବା ରାଇନାଙ୍କୁ ସିଏସକେ ମଧ୍ୟ ନେଇନଥିଲା । ଚିନ୍ନା ଥାଲା ଭାବରେ ପରିଚିତ ରାଇନାଙ୍କୁ ସିଏସକେ ନ କିଣିବାକୁ ନେଇ ଫ୍ୟାନ ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

କେବଳ ରାଇନା ନୁହନ୍ତି ଅନେକ ଅଭିଜ୍ଞ ଖେଳାଳି ମଧ୍ୟ ବିକ୍ରି ହୋଇନାହାନ୍ତି । ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ୍ ଷ୍ଟିଭ ସ୍ମିଥ ଓ ସାକିବ ଅଲ ହାସନଙ୍କୁ ମଧ୍ୟ କୌଣସି ଦଳ କିଣି ନାହାନ୍ତି । ୧୨.୨୫ କୋଟଇ ଟଙ୍କା ସହିତ ଶ୍ରେୟସ ଆୟର ବାଜି ମାରିଛନ୍ତି । ପୂର୍ବତନ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ କେକେଆରର ଅଧିନାୟକ ରହିବେ । ଅନ୍ୟତମ ଭାରତୀୟ ଖେଳାଳି ହର୍ଷଲ ପଟେଲଙ୍କୁ ୧୦.୨୫ କୋଟି ଟଙ୍କାରେ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଡ୍ୱେନ୍ ବ୍ରାଭୋଙ୍କୁ ୪.୪ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ୍ ।

Get real time updates directly on you device, subscribe now.