fbpx

ଆଇପିଏଲ ନିଲାମ ବେଳେ ଅଘଟଣ: ବେହୋସ୍ ହୋଇ ଷ୍ଟେଜରୁ ଖସିପଡ଼ିଲେ ଅକ୍ସନର

ବେଙ୍ଗାଲୁରୁ: ଇଣ୍ଡିଆନ୍ ପ୍ରିମିୟର ଲିଗର ମେଗା ନିଲାମ ବେଙ୍ଗାଲୁରୁରେ ଚାଲିଛି, କିନ୍ତୁ ପ୍ରଥମ ଦିନରେ ସେଠାରେ ବଡ଼ ଅଘଟଣ ଘଟିଯାଇଛି । ଖେଳାଳିଙ୍କ ନିଲାମ କରାଉଥିବା ଅକ୍ସନର ହ୍ୟୁଜ୍ ଏଡମିଡ୍ସଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବାରୁ ସେ ଷ୍ଟେଜରୁ ଖସିପଡିଥିଲେ । ନିଲାମୀ ମଝିରେ ବେହୋସ ହୋଇଥିଲେ ଅକ୍ସନର ହ୍ୟୁଜ୍ । ଏହା ପରେ ହ୍ୟୁଜଙ୍କୁ ତୁରନ୍ତ ମେଡିକାଲ ନିଆଯାଇଛି । ଏହି ଅଘଟଣ ଯୋଗୁଁ କିଛି ସମୟ ପାଇଁ ନିଲାମୀ ବନ୍ଦ ରଖାଯାଇଛି ।

ତେବେ ଏହି ଘଟଣା ସେତେବେଳେ ଘଟିଥିଲା, ଯେବେ ଶ୍ରୀଲଙ୍କାର ଭାନିନ୍ଦୁ ହସାରଙ୍ଗାଙ୍କ ନିଲାମୀ ଚାଲିଥିଲା । ସେହି ସମୟରେ ଅକ୍ସନର ବେହୋସ୍ ହୋଇ ଷ୍ଟେଜ୍ ତଳକୁ ଖସିପଡିଥିଲେ । ତାଜା ଖବର ମୁତାବକ, ହ୍ୟୁଜ୍ ବିଲକୁଲ ସୁସ୍ଥ ଅଛନ୍ତି । ସେ ଖୁବଶୀଘ୍ର ଅକ୍ସନରେ ଫେରିବେ ।

Get real time updates directly on you device, subscribe now.