fbpx

ଅନିଲ ଅମ୍ବାନୀଙ୍କୁ ଲାଗିଲା ଶକ୍ତ ଝଟକା: କମ୍ପାନୀ ବିରୋଧରେ SEBI ନେଲା କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କୁ ଲାଗିଛି ଶକ୍ତ ଝଟକା । ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ଅନିଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି । ଅନିଲ ଓ ତାଙ୍କର ରିଲାଏନ୍ସ ହୋମ ଫାଇଲାନ୍ସ ଲିମିଟେଡକୁ ସେବି ମାର୍କେଟରୁ ବ୍ୟାନ୍ କରିଛି । ବେଆଇନ କାର୍ଯ୍ୟକଳାପ ସକାଶେ ଅନିଲଙ୍କୁ ସିକ୍ୟୁରିଟିଜ୍ ମାର୍କେଟରୁ ହଟାଯାଇଥିବା ଜଣାପଡ଼ିଛି । ତେବେ ସେବି ଅନିଲଙ୍କ ସହ ଅମିତ ବାପନା, ରବିନ୍ଦ୍ର ସୁଧାକର ଓ ପିଙ୍କେଶ ତିନି ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କଠୋର ପଦକ୍ଷେପ ନେଇଛି । ଏନେଇ ୧୦୦ ପୃଷ୍ଠା ବିଶିଷ୍ଟ ଏକ ଆଦେଶନାମା ଜାରି ହେବା ସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସେବି ପକ୍ଷରୁ କୁହାଯାଇଛି ।

ତେବେ ଜଣାପଡ଼ିଛି ଯେ, ସେବିର ଏହି କାର୍ଯ୍ୟାନୁଷ୍ଠାନ ପରେ ରିଲାଏନ୍ସ ହୋମ ଫାଇନାନ୍ସର ଅବସ୍ଥା ସଙ୍ଗୀନ ହୋଇଯିବା ସହ ଏହାର ଶେୟାର ମୂଲ୍ୟରେ ୫ ଟଙ୍କା ହ୍ରାସ ଘଟିଛି । ଗତକାଲି ବଜାର ବନ୍ଦ ହେବା ପର୍ଯ୍ୟନ୍ତ ଅନିଲଙ୍କ କମ୍ପାନୀର ଶେୟାର ମୂଲ୍ୟ ୧.୫ ପ୍ରତିଶତ ହ୍ରାସ ସହ ୪.୯୩ ଟଙ୍କାରେ କାରବାର କରିଥିଲା । ବର୍ତ୍ତମାନ କମ୍ପାନୀର ମାର୍କେଟ୍ ଭାଲ୍ୟୁ ୨୩୮.୯ କୋଟି ରହିଥିବା ବେଳେ ଅବଶିଷ୍ଟ ଶେୟାରକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଅନିଲ ନିଜ କମ୍ପାନୀକୁ ନେଇ ନାନାବିଧ ସମସ୍ୟା ଦେଇ ଗତି କରୁଥିବା ବେଳେ ପୁଣି ସେବିର ଏହି ପଦକ୍ଷେ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି ।

Get real time updates directly on you device, subscribe now.