fbpx
BSKY
BJD SHG SKY
BJD YOUTH SKY

ମତଦାନର ୩୬ ଘଣ୍ଟା ପୂର୍ବରୁ ଲାଗୁ ହେବ କଟକଣା: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଜୋରସୋରରେ ପ୍ରଚାର ଚାଲିଛି । ଏହାରି ମଧ୍ୟରେ ଆୟୋଜିତ ଏକ ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ତାଙ୍କ କହିବା ମୁତାବକ, ମତଦାନର ୩୬ ଘଣ୍ଟା ପୂର୍ବରୁ ଲାଗୁ ହେବ କଟକଣା । ୩୬ ଘଣ୍ଟା ପୂର୍ବରୁ ଡାକବାଜି ପ୍ରଚାର ବନ୍ଦ ହେବ । ୧୪ ତାରିଖ ସନ୍ଧ୍ୟା ୭ଟାରୁ ପ୍ରଥମ ପର୍ଯ୍ୟାୟ ପ୍ରଚାର ବନ୍ଦ ହେବ । ପ୍ରଚାର କଟକଣା ଲାଗୁ ପରେ ବାହାର ନେତା ରହିପାରିବେନି । ସମ୍ବେଦନଶୀଳ ବୁଥ୍ରେ ଭିଡିଓ ରେକର୍ଡିଂ ଓ ସିସିଟିଭି ବ୍ୟବସ୍ଥା ରହିବ ।

ଏହା ସହିତ ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲା, ୭୧ ବ୍ଲକ, ୨୦୦ ଜିଲ୍ଲା ପରିଷଦ ପାଇଁ ୧୬୬୯ ପଞ୍ଚାୟତ, ୨୨୩୭୯ ୱାର୍ଡ ମେମ୍ବର ପାଇଁ ଭୋଟିଂ ହେବ । ପ୍ରଥମ ପର୍ଯ୍ୟାୟରେ ୬୭ ଲକ୍ଷ ୫୧ ହଜାର ମତଦାତା ଭୋଟ ଦେବେ । ମତଦାନ କେନ୍ଦ୍ର ଅଭିମୁଖେ ୧୪ ଓ ୧୫ରୁ ପୋଲିଂ ଅଧିକାରୀ ବାହାରିବେ । ଏନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।

ପୋୖରାଞ୍ଚଳ ପାଇଁ ଡ୍ରାଫ୍ଟ ପବ୍ଲିସ ହୋଇଛି। ରାଜନୈତିକ ଦଳଙ୍କୁ ବି ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ NOTA ରହିଛି। ପ୍ରଥମ ଥର ପାଇଁ ମେୟର ଓ ଚେୟାର ମ୍ୟାନ ନିର୍ବାଚନ ସିଧାସଳଖ ହେବ। ଗୋଟେ ବୁଥରେ ଦୁଇଟି ଇଭିଏମ ରହିବ। ଇଭିଏମ ଉପରେ କାଉନ୍ସିଲର ଓ କର୍ପୋରେଟରଙ୍କ ପାଇଁ ପିଙ୍କ ଓ ମେୟର ଓ ଅଧ୍ୟକ୍ଷଙ୍କ ପାଇଁ ହଳଦିଆ ରଙ୍ଗର ବ୍ୟାଲଟ ପେପର ରହିବ।

Get real time updates directly on you device, subscribe now.