fbpx

ବିମାନରେ ଭୁବନେଶ୍ୱର ଆସିଲେ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ କଟକଣାକୁ କଡାକଡି କରାଯାଉଛି । ଏହାରି ମଧ୍ୟରେ ବିମାନରେ ଭୁବନେଶ୍ୱର ଆସିଲେ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏୟାରପୋର୍ଟରେ ନେଗେଟିଭ କିମ୍ବା ଟିକା ନେଇଥିବାର ରିପୋର୍ଟ ଦେଖେଇବାକୁ ହେବ । ଏହା ସହ ୪୮ ଘଣ୍ଟା ମଧ୍ୟରେ ଆରଟିପିସିଆର ଟେଷ୍ଟ କରିଥିବା ଜରୁରୀ । ରିପୋର୍ଟ ନଥିଲେ ବିମାନବନ୍ଦରରେ ଆଣ୍ଟିଜେନ୍ ଟେଷ୍ଟ ହେବ । କରୋନା ରିପୋର୍ଟ ନେଗେଟିଭ ଆସିଲେ ହିଁ ଆପଣ ଗନ୍ତବ୍ୟସ୍ତଳକୁ ଯାଇପାରିବେ । କିନ୍ତୁ ରିପୋର୍ଟ ପଜିଟିଭ ଆସିଲେ ଆପଣଙ୍କୁ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । କୋଭିଡ କେୟାର ହୋମ୍ କିମ୍ବା କ୍ୱାରେଣ୍ଟିନ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

Get real time updates directly on you device, subscribe now.