fbpx

ସେୟାର ମାର୍କେଟ ଭାଙ୍ଗିଲା ସମସ୍ତ ରେକର୍ଡ, ପ୍ରଥମଥର ପାଇଁ ୬୦ ହଜାର ପାର କଲା ସେନସେକ୍ସ

ନୂଆଦିଲ୍ଲୀ: ପାର୍ବଣ ପୂର୍ବରୁ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସେନସେକ୍ସ । ସେନସେକ୍ସ ପ୍ରଥମଥର ପାଇଁ ୬୦ ହଜାର ପଏଣ୍ଟ ଟପିଛି । ୩୭୫ ଅଙ୍କ ଅର୍ଥାତ୍ ୦.୬୩ ପ୍ରତିଶତ ବୃଦ୍ଧି ସହିତ ୬୦,୨୬୦.୪୧ରେ ଖୋଲିଛି ସେନସେକ୍ସ । ସେହିପରି ନିଫ୍ଟି ପ୍ରଥମଥର ପାଇଁ ୧୭,୯୨୩.୫୦ ପଏଣ୍ଟରେ ପହଞ୍ଚିଛି । ୧୦୦.୫୫ ଅଙ୍କ ଅର୍ଥାତ୍ ୦.୫୬ ପ୍ରତିଶତ ବୃଦ୍ଧି ସହିତ ଖୋଲିଛି ନିଫ୍ଟି ।

Get real time updates directly on you device, subscribe now.