fbpx
BJD SKY
BJD SKY

ରେଳ ଯାତ୍ରୀଙ୍କ ଲାଗି ଖୁସି ଖବର: ଖୁବ୍ ଶୀଘ୍ର ବନ୍ଦେ ଭାରତ ଟ୍ରେନ୍ ରେ ଯାତ୍ରୀ ଭଡା ୧୦ ପ୍ରତିଶତ ହ୍ରାସ ପାଇବ

BJD

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସେମି ହାଇ ସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଯାତ୍ରୀଙ୍କ ମଧ୍ୟରେ ଦ୍ରୁତ ଗତିରେ ଲୋକପ୍ରିୟ ହେବାରେ ଲାଗିଛି । ରେଲୱେ ବୋର୍ଡ ଏହାକୁ ଶତାବ୍ଦୀର ବିକଳ୍ପ ଭାବରେ ଦେଶର ବିଭିନ୍ନ ସହରରେ ଚଳାଚଳ ଆରମ୍ଭ କରିଛି । ଏବେ ଜଣାପଡିଛି ରେଲୱେ ଖୁବ୍ ଶୀଘ୍ର ଏହି ବନ୍ଦେ ଭାରତ ଟ୍ରେନ୍ ରେ ଯାତ୍ରୀ ଭଡା ୫ରୁ ୧୦ ପ୍ରତିଶତ ମଧ୍ୟରେ ହ୍ରାସ କରିବ ।

ଜଣେ ରେଳ ଅଧିକାରୀ କହିଛନ୍ତି ଅଧିକାଂଶ ରେଳ ମାର୍ଗରେ ଯାତ୍ରୀ ସଂଖ୍ୟା ୧୦୦ ପ୍ରତିଶତ ରହୁଥିବା ବେଳେ କେତେକ ମାର୍ଗରେ କ୍ଷମତାରୁ କମ୍ ଯାତ୍ରୀଙ୍କୁ ନେଇ ଏହି ଟ୍ରେନ୍ ଚଳାଚଳ କରୁଛି ।
ଉଦାହରଣ ସ୍ୱରୂପ ନୂଆଦିଲ୍ଲୀରୁ ଡେରାଡୁନ୍ ପର୍ଯ୍ୟନ୍ତ ଶତାବ୍ଦୀ ଏକ୍ସପ୍ରେସ୍ରେ ଏସି ଚେୟାର କାର୍ ଭଡା ୯୦୫ ଟଙ୍କା ଓ ଏକ୍ଜିକ୍ୟୁଟିଭ୍ କ୍ଲାସ ଯାତ୍ରୀ ଭଡା ୧୪୦୫ ରହିଛି ଯେଉଁଥିରେ କ୍ୟାଟରିଂ ଚାର୍ଜ ମଧ୍ୟ ସାମିଲ ଅଛି । ଶତାବ୍ଦୀ ଏହି ଦୂରତା ୬ ଘଣ୍ଟା ୧୦ ମିନିଟ୍ ରେ ପୂରଣ କରିଥାଏ । ଅନ୍ୟପକ୍ଷରେ ଆନନ୍ଦ ବିହାରରୁ ଡେରାଡୁନ୍ ର ଦୂରତାକୁ ବନ୍ଦେ ଭାରତ ୪ ଘଣ୍ଟା ୪୫ ମିନିଟ୍ ରେ ପୂରଣ କରିଥାଏ । ଏଥିରେ ଏସି ଚେୟାର କାର ଭଡା ୧୦୬୫ ରହିଛି । ସେହିପରି ଏକ୍ଜିକ୍ୟୁଟିଭ୍ କ୍ଲାସ ଯାତ୍ରୀ ଭଡା ୧୮୯୦ ଟଙ୍କା(କ୍ୟାଟରିଂ ସହିତ) ରହିଛି ।

ରେଲୱେ ବନ୍ଦେ ଭାରତ ଯାତ୍ରୀ ଭଡା କମ୍ କରିବା ଉପରେ ଏବେ ବିଚାର କରୁଛି । ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ୨୦୦ରୁ ୩୦୦ କିଲୋମିଟର ଯାତ୍ରା କରୁଥିବା ବନ୍ଦେ ଭାରତର ଭଡା ହ୍ରାସ କରାଯିବ । ବିଶେଷକରି ଯେଉଁ ଟ୍ରେନ୍ରେ ଯାତ୍ରୀ ସଂଖ୍ୟା କମ୍ ରହୁଛି ସେହି ରୁଟ୍ରେ ଭଡା କମ୍ କରାଯିବ । ଅନ୍ୟପକ୍ଷରେ ଯେଉଁ ବନ୍ଦେ ଭାରତ ଟ୍ରେନ୍ ରେ ଯାତ୍ରୀ ସଂଖ୍ୟା ଶତ ପ୍ରତିଶତ ରହିଛି ସେଥିରେ ଭଡା ଅପରିବର୍ତ୍ତତ ରହିବ ।

Get real time updates directly on you device, subscribe now.