fbpx

ଆରମ୍ଭ ହୋଇଛି ଶ୍ରାବଣ ମାସର କାଉଡି ଯାତ୍ରା : ଜାଣିନିଅନ୍ତୁ ଏହାର ନିୟମ

ନୂଆଦିଲ୍ଲୀ : ଜୁଲାଇ ୪ରୁ ଆରମ୍ଭ ହୋଇଗଲାଣି ଶ୍ରାବଣ ମାସ ଏବଂ ଏହା ଅଗଷ୍ଟ ୩୧ରେ ଶେଷ ହେବ । ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ, ଏହିମାସରେ ଶ୍ରଦ୍ଧାଳୁ ବ୍ରତ ମଧ୍ୟ ରଖନ୍ତି । ଚଳିତ ବର୍ଷ ଯୋଡ଼ା ଶ୍ରାବଣ ହେତୁ ଏହି ମାସରେ ୮ଟି ସୋମବାର ପଡୁଛି । ଶ୍ରାବଣର ପ୍ରଥମ ସୋମବାର ଜୁଲାଇ ୧୦ ,ଦ୍ୱିତୀୟ ସୋମବାର ଜୁଲାଇ ୧୭, ତୃତୀୟ ସୋମବାର ଜୁଲାଇ ୨୪, ଚତୁର୍ଥ ସୋମବାରଟି ଜୁଲାଇ ୩୧, ପଞ୍ଚମ ସୋମବାରଟି ଅଗଷ୍ଟ ୭, ଷଷ୍ଠ ସୋମବାରଟି ଅଗଷ୍ଟ ୧୪, ସପ୍ତମ ସୋମବାରଟି ଅଗଷ୍ଟ ୨୧ ଏବଂ ଅଷ୍ଟମ ସୋମବାରଟି ଅଗଷ୍ଟ ୨୮ରେ ପାଳନ କରାଯିବ । ଶ୍ରାବଣ ମାସରେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ମାନେ ଶିବଙ୍କ ପାଖକୁ କାଉଡି ଧରି ଯାଆନ୍ତି । ଏହି ସମୟରେ ଶ୍ରଦ୍ଧାଳୁ କୌଣସି ଏକ ପବିତ୍ର ନଦୀରୁ ଜଳ ଭରି ଚାଲି ଚାଲି ଶିବ ମନ୍ଦିର ଯାଆନ୍ତି । ଏହି ସମୟରେ ଠାକୁରଙ୍କ ପ୍ରିୟର ଜିନିଷ ମଧ୍ୟ ତାଙ୍କ ଲିଙ୍ଗରେ ଚଢା ଯାଇଥାଏ ।

କାଉଡି ଯାତ୍ରା କରୁଥିବା ଭକ୍ତଙ୍କୁ କାଉଡିଆ ବୋଲି କୁହାଯାଏ । ଏହି ଯାତ୍ରାରେ ଯାଉଥିବା ଭକ୍ତଙ୍କୁ କେତେକ ନିୟମ ମାନିବାକୁ ପଡିଥାଏ । ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ଖାଲି ପାଦରେ ଯାତ୍ରା କରିବାକୁ ପଡିଥାଏ । ଯାତ୍ରା ସମୟରେ ଭକ୍ତ ସାତ୍ତ୍ୱିକ ଭୋଜନ ସେବନ କରିଥାନ୍ତି । କାଉଡିଆ ମାନେ ବିଶ୍ରାମ ନେବା ସମୟରେ କାଉଡିକୁ ତଳେ ନରଖି କୌଣସି ଏକ ଗଛରେ ଓହଳାଇ ରଖିବା ଉଚିତ୍ । ଯଦି ଆପଣ କାଉଡିକୁ ତଳେ ଭୂମି ଉପରେ ରଖୁଛନ୍ତି ତେବେ ଆପଣଙ୍କୁ କଉଡିର କଳସରେ ପୁନଃ ଜଳ ଭରି ଯାତ୍ରା ଆରମ୍ଭ କରିବାକୁ ପଡିବ । କାଉଡିକୁ ଶ୍ରଦ୍ଧାଳୁ ସ୍ନାନ ପରେ ହିଁ ଛୁଇଁ ଥାନ୍ତି । ସ୍ନାନ ନକରି କାଉଡିକୁ ଛୁଇଁବା ଉଚିତ ନୁହେଁ ।

ଏହି ଯାତ୍ରାର ଆରମ୍ଭ ସମୁଦ୍ର ମନ୍ଥନ ପରେ ହୋଇଥିଲା । ମନେ କରାଯାଏ ଯେ, ତ୍ରେତୟା ଯୁଗରେ ପ୍ରଥମେ ଶ୍ରବଣ କୁମାର ଏହି ଯାତ୍ରା ଆରମ୍ଭ କରିଥିଲେ । ନିଜର ଦୃଷ୍ଟିହୀନ ମାଆ-ବାପାଙ୍କୁ ତୀର୍ଥଯାତ୍ରା କରିବା ସମୟରେ ଯେତେବେଳେ ସେମାନେ ହିମାଞ୍ଚଳର ଉନାରେ ଥିଲେ, ସେତେବେଳେ ଶ୍ରବଣ କୁମାରର ବାପା ମାଆ ହରିଦ୍ୱାର ଯାଇ ଗଙ୍ଗା ସ୍ନାନ କରିବାକୁ ଥିବା ଇଚ୍ଛା ବିଷୟରେ ଜଣାଇଥିଲେ । ସେମାନଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଶ୍ରବଣ କୁମାର କାଉଡିରେ ବସାଇ ସେମାନଙ୍କୁ ହରିଦ୍ୱାର ସ୍ନାନ ପାଇଁ ନେଇଥିଲେ ଏବଂ ସେଠାରୁ ଗଙ୍ଗା ଜଳ ଆଣିଥିଲେ । ସେତେବେଳ ଠାରୁ କାଉଡି ଯାତ୍ରାର ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.