fbpx
BJD
BJD SKY
BJD SKY

ଚକଲେଟର ଟ୍ରେନ କେବେ ଦେଖିଛନ୍ତି କି? ଚଢ଼ି ତ’ ପାରିବେ ନାହିଁ, କିନ୍ତୁ ରୂପ ଦେଖି ହୋଇଯିବେ ମୁଗ୍ଧ

BJD

ଓଡ଼ିଶା ଭାସ୍କର: ଆପଣମାନେ ଅନେକ ପ୍ରକାର ଟ୍ରେନ ଦେଖିଥିବେ । କିନ୍ତୁ କେବେ ଜୋକୋଲେଟର ଟ୍ରେନ ଦେଖିଛନ୍ତି କି? କଥାଟି ଅଜବ ଲାଗୁଥିଲେ ମଧ୍ୟ ସତ । ଫ୍ରେଞ୍ଚ-ସ୍ୱିସ ଶେଫ ଅମୌରୀ ଗୁଇଚୋନ ଏହି ସ୍ୱତନ୍ତ୍ର ଟ୍ରେନକୁ ତିଆରି କରିଛନ୍ତି । ଏହି ଶେଫ ଇନଷ୍ଟାଗ୍ରାମରେ ଚୋକୋଲେଟ ଦ୍ୱାରା ଏହି ପ୍ରକାର ଜିନିଷ ପ୍ରସ୍ତୁତ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ଫୁଡ଼ ଆର୍ଟ ନିଜର କଳା ଏବଂ ନିପୁଣତା ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି ।

ତେବେ ନିକଟରେ ଆସିଥିବା ତାଙ୍କର ଏହି ଭିଡିଓରେ ସେ ଚୋକୋଲେଟରୁ ଟ୍ରେନ ପ୍ରସ୍ତୁତ କରି ପ୍ରଶଂସା ସାଉଁଟୁଛନ୍ତି । ତେବେ ଏହି ଭିଡିଓରେ ସେ ପ୍ରଥମେ ସେ ଚୋକୋଲେଟରୁ ଏକ ରେଳ ଇଞ୍ଜିନ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । ଏହା ପରେ ସେ ଏକ ସିଲିଣ୍ଡର ଆକୃତିର ପାର୍ଟ ତିଆରି କରି ସେଥିରେ ଇଞ୍ଜିନର ଆଗକୁ ଢାଙ୍କିଦେଉଛନ୍ତି । ପରେ ଚୋକୋଲେଟ ଦ୍ୱାରା ଟ୍ରେନର ଚକ ଏବଂ ଅନ୍ୟାନ୍ୟ ଅଂଶଗୁଡ଼ିକ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏପରିକି ଟ୍ରେନରେ ଚଢ଼ିବା ପାଇଁ ଛୋଟ ଛୋଟ ସିଡ଼ି ମଧ୍ୟ ତିଆରି କରିଥିବା ଦେଖାଯାଇଛି । ଏହା ସହିତ ଟ୍ରେନ ଉପରେ ଏଡିବଲ କଲର ଛିଞ୍ଚି ଏହାକୁ ସମ୍ପୂର୍ଣ୍ଣ ଭାବରେ ରଙ୍ଗ କରିଥିଲେ ।

କଳା, ଗୋଲ୍ଡେନ ଏବଂ ନାଲି ରଙ୍ଗର ଫାଇନାଲ ଟଚ ପରେ ଟ୍ରେନ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଥିଲା । ତେବେ ଏହି ଚୋକୋଲେଟ ନିର୍ମିତ ଟ୍ରେନ ଏକଦମ ଅସଲ ଟ୍ରେନର ଭ୍ରମ ସୃଷ୍ଟି କରୁଛି । ଇନଷ୍ଟାଗ୍ରାମରେ ଅପଲୋଡ଼ ହୋିଥିବା ତାଙ୍କର ଏହି ରିଲକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ମିଳିୟନରୁ ଅଧିକ ଲୋକ ଦେଖିସାରିଲେଣି । ଏହା ସହିତ ୬୬୨ ହଜାର ଲୋକ ଏହାକୁ ଲୋକ ମଧ୍ୟ କରିଛନ୍ତି ।

 

View this post on Instagram

 

A post shared by Amaury Guichon (@amauryguichon)

Get real time updates directly on you device, subscribe now.