fbpx

ଆଉ ଫୁଲ ପ୍ରତି ଆକର୍ଷିତ ହେଉନି ଭଅଁର, ପ୍ରକୃତିର ନିୟମ ବିରୁଦ୍ଧରେ କାହିଁକି ଏପରି ଘଟୁଛି ?

ନୂଆଦିଲ୍ଲୀ: କୁହାଯାଏ ଫୁଲ ଫୁଟିବାରେ ଭଅଁରର ବଡ ଭୂମିକା ରହିଛି । ଏଠାରେ ଭଅଁର ସେହି ପୋକକୁ ବୁଝାଇଥାଏ ଯାହା ଫୁଲର ପରାଗୀକରଣ ପ୍ରକ୍ରିୟାରେ ପ୍ରମୁଖ ଯୋଗଦାନ କରିଥାଏ ଓ ଫୁଲ ଫୁଟିବାର ଅର୍ଥ ଫୁଲର ପ୍ରଜନନ ସହ ଜଡିତ । ଏହି ପୋକର ସକ୍ରିୟତା କାରଣରୁ ଫୁଲଥିବା ଗଛରେ ପ୍ରଜନନ ହୋଇଥାଏ ଓ ମଞ୍ଜି ସୃଷ୍ଟି ହୋଇଥାଏ ।

ଏବେ ଦେଖିବାକୁ ମିଳିଛି ବହୁ ବୃକ୍ଷରେ ଭଅଁର ବିନା ପ୍ରଜନନ ପ୍ରକ୍ରିୟା ସଂପନ୍ନ ହେଉଛି ଓ ମଞ୍ଜି ସୃଷ୍ଟି ହେଉଛି । ଏହାକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ମାନବର ଗତିବିଧି କାରଣରୁ ଏପରି ହେଉଛି । ବୈଜ୍ଞାନିକମାନେ ଏବେ ଜାଣିବାକୁ ପାଇଛନ୍ତି କି ବହୁ ଫୁଲବାଲା ଗଛ ଏବେ ସ୍ୱତଃ ପ୍ରଜନନ ପ୍ରକ୍ରିୟାରେ ବିକଶିତ ହେଉଛନ୍ତି । ଏହାର ପ୍ରମୁଖ କାରଣ ଭଅଁର ସଂଖ୍ୟା ହ୍ରାସ । ଏହି କାରଣରୁ ପରାଗୀକରଣ ପ୍ରକ୍ରିୟା ଦ୍ରୁତ ଗତିରେ ପ୍ରଭାବିତ ହୋଇଛି । ଫଳରେ ଗଛଲତା ନିଜକୁ ଜଳବାୟୁ ଅନୁକୂଳ କରିବା ପ୍ରୟାସରେ ଏହା ସମ୍ଭବ ହୋଇଛି ।

ଫ୍ରାନ୍ସରେ ଗବେଷକମାନେ ୧୯୯୨ରୁ ୨୦୦୧ ମଧ୍ୟରେ ସଂଗ୍ରହ କରାଯାଇଥିବା ମଞ୍ଜି ଓ ଏବେର କିଛି ମଞ୍ଜି ମଧ୍ୟରେ ଏକ ତୁଳନାତ୍ମକ ଅଧ୍ୟୟନ କରିଥିଲେ । ଏମାନେ ଜାଣିପାରିଥିଲେ କି ଆଜିର ଫୁଲ ୧୦% ଛୋଟ ରହିଛି ଓ ୨୦% କମ୍ ପରାଗ ରସ ଉତ୍ପାଦନ କରୁଛି । ଫଳରେ ଏମାନଙ୍କ ଆଡକୁ ଆଉ ଭଅଁର ଆକର୍ଷିତ ହେଉନାହାନ୍ତି । ଗବେଷକମାନେ ଜାଣିପାରିଛନ୍ତି କି ବିନା ଭଅଁରରେ ହେଉଥିବା ପରାଗୀକରଣ ପ୍ରକ୍ରିୟା ୨୭% ବୃଦ୍ଧି ପାଇଛି ।

Get real time updates directly on you device, subscribe now.