fbpx

ଓଡ଼ିଶାକୁ ଫେରିଲା ମାସ୍କ: କରୋନା ପ୍ରତି ସତର୍କ ରୁହନ୍ତୁ, ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ତିନି ବର୍ଷ ଧରି ସାରା ବିଶ୍ୱକୁ କନ୍ଦାଇବା ପରେ ପୁଣି ଥରେ କରୋନା ଭାଇରସ୍ କଡ଼ା ଲେଉଟାଇଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ-୧୯ର ୭୫୨ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ଏଥିସହିତ ମୋଟ କୋଭିଡ୍ ଆକ୍ଟିଭ ମାମଲା ୩୪୨୦ରେ ପହଞ୍ଚି ଯାଇଛି ।

ତେବେ ଏହା ମଧ୍ୟରେ ଆଜି ରାଜ୍ୟରେ ଗୋଟିଏ କୋଭିଡ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଶେଷ ଥର ପାଇଁ ଗତ ୩ ତାରିଖରେ ରାଜ୍ୟରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜି ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କରୋନା ଭାଇରସକୁ ନେଇ ସତର୍କ ରହିବାକୁ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ବୟସ୍କ ଓ ବିଭିନ୍ନ ରୋଗରେ ଅସୁସ୍ଥ ଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । କୌଣସି କାମରେ ଘର ବାହାରକୁ ଯାଉଥିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏଥିସହିତ ଲୋକମାନେ ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟର ବିଭିନ୍ନ ରାଜ୍ୟରେ କରୋନାର ନୂଆ ସବ୍ ଭାରିଆଣ୍ଟ ଜେଏନ.୧ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହା ପୂର୍ବରୁ ଦେଶର କିଛି ସ୍ଥାନରେ ମାସ୍କ ପିନ୍ଧିବାକୁ କୁହାଯାଇଥିବା ବେଳେ ଆଜି ରାଜ୍ୟ ସରକାର ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.