fbpx
BSKY SKY
BSKY SKY

୨୨ ତାରିଖ ସକାଳୁ ଉପବାସରେ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଏହି ପରି ହେବ ରାମଲଲାଙ୍କର ପ୍ରାଣପ୍ରତିଷ୍ଠା

BSKY

ଅଯୋଧ୍ୟା: ଶ୍ରୀ ରାମ ଜନ୍ମଭୂମି ଅୟୋଧ୍ୟାରେ ତିଆରି ହେଉଥିବା ଶ୍ରୀରାମ ମନ୍ଦିରରେ ଜାନୁଆରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ସମୟରେ କେବଳ ଆଯୋଧ୍ୟ ନୁହେଁ ବରଂ ସାରା ଦେଶ ଜୋରସୋରରେ ପ୍ରସ୍ତୁତିରେ ଲାଗିପଡ଼ିଛି । ଏପରିକି ଗୁପ୍ତ ମତଦାନ ଦ୍ୱାରା ରାମଲଲାଙ୍କର ମୂର୍ତ୍ତି ମଧ୍ୟ ଚୟନ ହୋଇସାରିଛି । ତେବେ ଏହି ପ୍ରାଣ ପ୍ରତିଷ୍ଠାର ମୁଖ୍ୟ ଅନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ ତାରିଖରେ ସେଠାରେ ପହଞ୍ଚିବେ ।

ତେବେ ଏହା ପୂର୍ବରୁ ୧୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂକଳ୍ପିତ ଅକ୍ଷତ ରାମ ମନ୍ଦିର ଆସିଯିବା ପରେ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଆରମ୍ଭ ହୋଇଯିବ । ତେବେ ନିୟମ ଅନୁସାରେ ସାରାଦିନ ଉପବାସ ରହି ଏହି ପ୍ରତିଷ୍ଠା ବିଧିକୁ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ । ତେଣୁ ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ସାରାଦିନ ଉପବାସରେ ରହି ଏହି ପ୍ରକ୍ରିୟାକୁ ପୂରଣ କରିବାକୁ ପଡ଼ିବ ।

ତେବେ ପରମ୍ପରା ଅନୁସାରେ କୌଣସିି ମନ୍ଦିରରେ ପ୍ରଥମେ ପ୍ରାୟଶ୍ଚିତ କର୍ମ କରାଯାଇଥାଏ । କାରଣ କୌଣସି ମନ୍ଦିର ନିର୍ମାଣ ସମୟରେ ଅନେକ ଗଛ କଟାଯାଇଥାଏ । ଏହା ସହିତ ଅନେକ ଛୋଟ ଛୋଟ ଜୀବଙ୍କୁ ମଧ୍ୟ ହତ୍ୟା କରାଯାଇଥାଏ । ତେଣୁ ଏହି ପ୍ରାୟଶ୍ଚିତ କର୍ମ କରି ଆମେ ଏହି ପାପ ପାଇର୍ ଭଗବାନଙ୍କଠାରୁ କ୍ଷମା ପ୍ରାର୍ଥନା କରିଥାଉ ବୋଲି ଜଣେ ପୂଜକ କହିଛନ୍ତି । ଏହା ପରେ ଦେବତାଙ୍କର ଅଙ୍ଗ ନ୍ୟାସ ପୂଜନ ମନ୍ତ୍ର ସହିତ କରାଯାଇଥାଏ । ତେବେ ଏହା ପରେ ଅନ୍ୟ ସମସ୍ତ ଅନୁଷ୍ଠାନ ପୂଜା ବିଧି ଅନୁସାରେ ହୋଇଥାଏ ।

ପ୍ରତିଷ୍ଠା ଉତ୍ସବରେ ସରଯୁ ନଦୀରେ ସ୍ନାନ କରିବାକୁ ମଧ୍ୟ ଏକ ପବିତ୍ର କର୍ମ ବୋଲି ବିବେଚନା କରାଯାଏ । ତେଣୁ ଏହି ଐତିହାସିକ ପ୍ରାଣପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ସରଯୁନଦୀରେ ସ୍ନାନ କରିବେ ବୋଲି ଅନୁମାନ କରାଯାଉଛି । ତେବେ ୨୦୨୧ ମସିହା ଡିସେମ୍ବର ୧୩ ତାରିଖରେ କାଶୀରେ ବିଶ୍ୱନାଥ କରିଡରର ଲୋକାର୍ପଣ ଉତ୍ସବରେ ମଧ୍ୟ ସେ ଗଙ୍ଗା ନଦୀରେ ସ୍ନାନ କରିଥିଲେ । ତେଣୁ ଏଠାରେ ମଧ୍ୟ ଏପରି କିଛି କରିବା ନେଇ ସମସ୍ତେ ଆଶାୟୀ ଅଛନ୍ତି ।

Get real time updates directly on you device, subscribe now.