fbpx

କଠୋର ହେଲା ହିଜାବ ନିୟମ : ଟାଇଟ ପୋଷାକ ପିନ୍ଧି ପାରିବେନି ମହିଳା

ନୂଆଦିଲ୍ଲୀ : ଇରାନରେ ହିଜାବର ନିୟମକୁ କଠୋର କରାଯାଇଛି । ଏଠାରେ ମହିଳାମାନେ ଟାଇଟ ପୋଷାକ ପିନ୍ଧି ପାରିବେ ନାହିଁ । ଏନେଇ ମୌଲବୀଙ୍କ ଦ୍ୱାରା ସଂସଦରେ ବିଲ ପାସ କରାଯାଇଛି । ଏଠାରେ ପୁରୁଷ ଏବଂ ମହିଳା ଉଭୟଙ୍କ ପାଇଁ ଏକ ଡ୍ରେସ କୋଡ ଲାଗୁ କରାଯିବ । ଉଭୟ ଏବେ ଏହି ଡ୍ରେସ କୋଡ ପିନ୍ଧିବେ । ନିୟମକୁ ଉଲ୍ଲଙ୍ଘନ କରିଲେ ୧୦ ବର୍ଷ ଜେଲ ଦଣ୍ଡ ସହିତ ଆର୍ଥିକ ଦଣ୍ଡ ମଧ୍ୟ ଦିଆଯିବ । ଏହି ନିୟମକୁ ପ୍ରାୟ ସମସ୍ତ ସାଂସଦ ସମର୍ଥନ କରିଛନ୍ତି ।

ଇରାନ ସଂସଦଙ୍କ ଦ୍ୱାର ଏହି ବିଲକୁ ଗାର୍ଡିୟନ କାଉସିଲ ଦ୍ୱାରା ପାସ ହେବ । ଏହି ବିଲକୁ ମଞ୍‌ୁରୀ ମିଳିବା ପାରେ ଏହା ଆଇନରେ ପରିଣତ ହେବ । ଏହି ବିଲକୁ ନେଇ ବିଧେୟକଙ୍କ ସପକ୍ଷରେ ୧୫୨ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ମାତ୍ର ୩୪ଟି ଭୋଟ ମିଳିଛି । ଏହି ଭୋଟ ପ୍ରକ୍ରିୟାରେ ୭ଜଣ ସାଂସଦ ସାମିଲ ହୋଇନାହାନ୍ତି । ଏହି ବିଧେୟକ ଏଭଳି ସମୟରେ ଆସିଛି, ଯେତେବେଳେ କି ମହସା ଅମିନି ମୃତ୍ୟୁ ନେଇ ମହିଳାଙ୍କ ବିରୋଧ ଚାଲିଥିଲା ।

ଗତ ବର୍ଷ ହିଜାବକୁ ନେଇ ଅଧିକ ସମୟ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହି ବିରୋଧ ପ୍ରଦର୍ଶନରେ ମହିଳାମାନେ ହେଡର ସ୍କାର୍ଫକୁ ଜଳାପଡା କରିଥରଲେ । ପୋଲିସ ଏହି ପ୍ରଦର୍ଶନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହି ସମୟରେ ଶତାଧିକ ଲୋକ ନିଜ ଜୀବନ ମଧ୍ୟ ହରାଇଥିଲେ ।

Get real time updates directly on you device, subscribe now.