fbpx

ଅଧିକ ଘୁଙ୍ଗୁଡ଼ି ମାରୁଥିବା ଲୋକଙ୍କୁ ଏହି ଗମ୍ଭୀର ରୋଗର ଅଧିକ ବିପଦ: ସମାଧାନ ନକଲେ ବଢ଼ିଯିବ ସମସ୍ୟା, ରିସର୍ଚ୍ଚରୁ ଖୁଲାସା

ଅନେକ ଲୋକଙ୍କୁ ଶୋଇବା ସମୟରେ ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ ରହିଛି । ତେବେ ବୟସ ସହିତ ଏପରି ପ୍ରଭାବ ଦେଖାଦେବା ଅତି ସାଧାରଣ କଥା । କିନ୍ତୁ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଶାନ୍ତିରେ ଶୋଉଥିବା ଲୋକଙ୍କ ତୁଳନାରେ ଘୁଙ୍ଗୁଡ଼ି ମାରୁଥିବା ଲୋକଙ୍କଠାରେ ୨ ଗୁଣ ଅଧିକ ଷ୍ଟ୍ରୋକ୍ ହେବାର ସମ୍ଭାବନା ରହିଛି । ଇଂରେଜ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଘୁଙ୍ଗୁଡ଼ି ନେଉଥିବା ଲୋକଙ୍କଠାରେ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ରହିଛି । ଏହି ଅଧ୍ୟୟନରେ ପ୍ରାୟ ୪୫୦୦ ବୃଦ୍ଧ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । କ’ଣ ନିଦ ସମସ୍ୟା ଷ୍ଟ୍ରୋକରେ ପୀଡିତ ହେବାର ସମ୍ଭାବନା ସହ ଜଡ଼ିତ କି ନାହିଁ ଜାଣିବାକୁ ଏହି ଅଧ୍ୟୟନ କରାଯାଇଥିଲା ।

ଦି ସନ୍ ରିପୋର୍ଟ ଅନୁଯାୟୀ, ଗାଲୱେ ୟୁନିଭରସିଟିର ଡାକ୍ତର କ୍ରିଷ୍ଟ୍ରିନ୍ କହିଛନ୍ତି ଯେ, ଆମର ଫଳାଫଳ ସୂଚିତ କରୁଛି ଯେ ଶୋଇବା ସମସ୍ୟା ଜଣେ ବ୍ୟକ୍ତିର ଷ୍ଟ୍ରୋକ୍ ହେବାର ଆଶଙ୍କାକୁ ବଢ଼ାଇପାରେ । ଅଧ୍ୟୟନ ଅନୁଯାୟୀ, ଯଦି ଆପଣଙ୍କର ଶୋଇବା ସହ ଜଡିତ ପାଞ୍ଚରୁ ଅଧିକ ସମସ୍ୟା ରହିଛି, ତେବେ ଶୋଇବା ସହିତ କୌଣସି ଅସୁବିଧା ନଥିବା ଲୋକଙ୍କ ତୁଳନାରେ ଷ୍ଟ୍ରୋକ୍ ହେବାର ଆଶଙ୍କା ୫ ଗୁଣ ଅଧିକ ହୋଇପାରେ । ବ୍ରିଟେନରେ ପ୍ରତିବର୍ଷ ପ୍ରାୟ ୧୦୦,୦୦୦ ଲୋକଙ୍କର ଷ୍ଟ୍ରୋକ୍ ହେଉଛି ।

ଡିମେନ୍ସିଆ ସହିତ ଅନେକ ରୋଗର ଆଶଙ୍କା :-
ଏହି ବିପଦପୂର୍ଣ୍ଣ ସ୍ଥିତି ସାଧାରଣତଃ ବ୍ରେନକୁ ବ୍ଲଡ ସପ୍ଲାଏ କରୁଥିବା ରକ୍ତ ବାହିକାରେ ଅବରୋଧ ଯୋଗୁଁ ସୃଷ୍ଟି ହୋଇଥାଏ । ୫ ଜଣରୁ ପାଖାପାଖି ୨ ବ୍ରିଟିଶ ଲୋକଙ୍କଠାରେ ଘୁଙ୍ଗୁଡ଼ି ସମସ୍ୟା ଦେଖିବାକୁ ମିଳୁଛି । ସେହପରି ୫ରୁ ଜଣେ ବ୍ୟକ୍ତି ରାତିରେ ୭ରୁ ୯ ଘଣ୍ଟା ଶୋଇପାରୁନାହାଁନ୍ତି, ଯାହା ପରାମର୍ଶ ପ୍ରାୟତଃ ଡାକ୍ତରମାନେ ଦେଇଥାନ୍ତି । ପୂର୍ବ ଅନୁସନ୍ଧାନରୁ ଜଣାପଡିଛି ଯେ ଅଳ୍ପ ଶୋଇବା ଦ୍ୱାରା ଷ୍ଟ୍ରୋକ୍ ହେବାର ଆଶଙ୍କା ବଢ଼ିପାରେ । ଏହା ସହିତ ହୃଦ୍ ରୋଗ ଏବଂ ଡିମେନ୍ସିଆ ସହିତ ଅନେକ ରୋଗ ହୋଇପାରେ ।

କମ୍ ଶୋଇଲେ ବଢ଼ିଯାଏ ଷ୍ଟ୍ରୋକର ବିପଦ !
ସ୍ନାୟୁବିଜ୍ଞାନରେ ପ୍ରକାଶିତ ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, ଶୋଇବା ସହ ଜଡିତ ସମସ୍ୟା ଷ୍ଟ୍ରୋକ୍ ହେବାର ଆଶଙ୍କାକୁ ବଢ଼ାଇଥାଏ । ଷ୍ଟ୍ରୋକରେ ପୀଡିତ ୨୨୪୩ ଜଣଙ୍କ ତୁଳନା ୨୨୫୩ ଜଣଙ୍କ ସହ କରାଯାଇଥିଲା, ଯେଉଁମାନେ ଏହି ଅବସ୍ଥାରେ ପୀଡିତ ନଥିଲେ । ସେମାନଙ୍କୁ ସେମାନଙ୍କର ଶୋଇବା ଶୈଳୀ ବିଷୟରେ ପଚରାଯାଇଥିଲା । ରାତିରେ କେତେ ଘଣ୍ଟା ଶୋଉଛ, ନିଦ କିପରି ଆସୁଛି, ଘୁଙ୍ଗୁଡି ମାରୁଛ କି ନାହିଁ ଓ ଶୋଇବା ସମୟରେ ନିଶ୍ୱାସ ନେବାରେ ସମସ୍ୟା ହେଉଛି କି ନାହିଁ ବୋଲି ସେମାନଙ୍କୁ ପଚରାଯାଇଥିଲା ।

ଯେଉଁମାନେ କହିଥିଲେ ଯେ, ସେମାନେ ପାଞ୍ଚ ଘଣ୍ଟାରୁ କମ୍ ଶୁଅନ୍ତି, ସେମାନଙ୍କ ମଧ୍ୟରେ ୭ ଘଣ୍ଟା ଶୋଇବା ଲୋକଙ୍କ ତୁଳନାରେ ଷ୍ଟ୍ରୋକ ହେବାର ସମ୍ଭାବନା ୩ ଗୁଣ ଅଧିକ । ସ୍ଲିପ୍ ଆପ୍ନିଆ ଥିବା ଲୋକଙ୍କଠାରେ ମଧ୍ୟ ଷ୍ଟ୍ରୋକ୍ ହେବାର ସମ୍ଭାବନା ୩ ଗୁଣ ଅଧିକ । ଏହା ସହ ସେ କହିଛନ୍ତି ଯେ, ଶୋଇବା ଶୈଳୀରେ ଉନ୍ନତି ହେଲେ ଷ୍ଟ୍ରୋକ୍ ହେବାର ଆଶଙ୍କା ମଧ୍ୟ କମିପାରେ ।

Get real time updates directly on you device, subscribe now.