fbpx

ସ୍କୁଲରେ ଛାତ୍ରୀଙ୍କୁ ଦଣ୍ଡ: ପାଇଖାନା ସଫା ନ କରିବାରୁ ଦିଆଗଲା ନିର୍ଯାତନା

ବାଲିପାଟଣା,(ଓଡ଼ିଶା ଭାସ୍କର) : ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ, ଏଭଳି ଏକ ଅଭାବନୀୟ ଘଟଣା ଖୋଦ ବାଲିପାଟଣା ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗିଥିବା ସରକାରୀ ଉ.ପ୍ରା ବିଦ୍ୟାଳୟରେ ଘଟିଛି । ସୂଚନା ଅନୁଯାୟୀ ବାଲିପାଟଣା ବ୍ଳକ୍ ଅନ୍ତର୍ଗତ ପିରିଖାପାଟଣା ଗ୍ରାମର ନେତ୍ରାନନ୍ଦ ବେହେରାଙ୍କ ଝିଅ ସଂଘମିତ୍ରା ବେହେରା ବାଲିପାଟଣା ସରକାରୀ ଉ.ପ୍ରା ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢନ୍ତି ।

ଗତ ଦୁଇଦିନ ପୂର୍ବରୁ ପାଠ ପଢ଼ା ଚାଲିଥିବା ସମୟରେ ଉକ୍ତ ବିଦ୍ୟାଳୟର ଶିକ୍ଷୟୀତ୍ରୀ ମଧୁସ୍ମିତା ମଲ ସଂଘମିତ୍ରାଙ୍କୁ ଶିକ୍ଷକଙ୍କ ପାଇଁ ଉଦ୍ଧିଷ୍ଟ ପାଇଖାନାକୁ ସଫା କରିବା ପାଇଁ କହିଥିଲେ । ସଂଘମିତ୍ରା ସଫା କରିବା ପରେ ମଧ୍ୟ ପାଇଖାନାରେ କାହିଁକି ଅଳନ୍ଦ ଲାଗିଛି ୟାକୁ କିଏ ସଫା କରିବ କହି ତାଗିଦ୍ କରିଥିଲେ । ଛାତ୍ରୀ ଜଣଙ୍କ ପୁଣି ସଫା କରିଥିଲେ ।

ପରେ ଘରକୁ ଆସି ତାଙ୍କ ବାପା ନେତ୍ରାନନ୍ଦଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଏ ନେଇ ତାଙ୍କ ବାପା ବିଦ୍ୟାଳୟରେ ଜଣାଇବାରୁ ଏଥିରେ ଉତକ୍ଷିପ୍ତ ହୋଇ ଗତ କାଲି ପ୍ରାର୍ଥନା ଚାଲିଥିବା ସମୟରେ ଶିକ୍ଷୟତ୍ରୀ ମଧୁସ୍ମୀତା ଉକ୍ତ ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହିତ ତାଙ୍କୁ କହିଥିଲେ ନିଜ ଘରେ ଯଦିି ସଫା କରୁଛ ତେବେ ଏଠାରେ ପାଇଖାନା ସଫା କଲେ ତୁମର କ’ଣ ଅସୁବିଧା ହେଉଛି ।

ଏଥିରେ ଛାତ୍ରୀ ଜଣଙ୍କ ମାନସିକ ସ୍ତରରେ ଭୟ ପାଇ ବିଦ୍ୟାଳୟକୁ ଯିବାପାଇଁ ମନା କରିବା ପରେ ତାଙ୍କ ପିତା ନେତ୍ରାନନ୍ଦ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଷମାରାଣୀ ମହାପାତ୍ରଙ୍କୁ ଅଭିଯୋଗ କଲାପରେ ଉକ୍ତ ଶିକ୍ଷୟତ୍ରୀ ନିଜ ଭୁଲ୍ । ସ୍ୱୀକାର କରି ଆଉ ସେଭଳି କାର୍ଯ୍ୟ କରିବେନି ବୋଲି ପ୍ରତିଶୃତି ଦେଇଥିବା ସୂଚନା ମିଳିଛି । ଏଠାରେ ଉଲ୍ଲେଖ ଯେ ଖୋଦ ବାଲିପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗିଥିବା ସରକାରୀ ଉ.ପ୍ରା ବିଦ୍ୟାଳୟରେ ଯଦିି ଏଭଳି ଦଣ୍ଡ ପିଲାଙ୍କୁ ମିଳୁଚ୍ଛି ତେବେ ଅନ୍ୟ ବିଦ୍ୟାଳୟରେ କ’ଣ ନହେଉଥିବ ଏହା ପ୍ରଶ୍ନବାଚ୍ୟ ।

Get real time updates directly on you device, subscribe now.