fbpx

ଘରେ ୫୦ ଜଣଙ୍କ ସହ ପାର୍ଟି କଲେ ଛାତ୍ର, ଲାଗିଗଲା ଏତେ ଲକ୍ଷ ଟଙ୍କାର ଜୋରିମାନା

ଜଣେ ୧୯ ବର୍ଷୀୟ ଛାତ୍ରଙ୍କୁ ମହଙ୍ଗା ପଡିଛି ପାର୍ଟି । କରୋନା କାଳରେ ନିଜ ଘରେ ୫୦ ଜଣଙ୍କ ସହ ପାର୍ଟି କରିବାକୁ ତାଙ୍କୁ ୯.୪ ଲକ୍ଷ ଟଙ୍କା ଜୋରିମାନା ହୋଇଛି । ପାର୍ଟି କରିଥିବା ଛାତ୍ର ଜଣକ ସଫେଇ ଦେଇ କହିଛନ୍ତି ଯେ, ସେ କେବଳ ୨୫ ଜଣଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ପାର୍ଟି ଶୁକ୍ରବାର ଥିଲା ।

ଛାତ୍ରଙ୍କ କହିବା ମୁତାବକ, ୨୫ ଜଣଙ୍କୁ ଡକାଯାଇଥିଲା । କିନ୍ତୁ ପାର୍ଟିକୁ ୫୦ ଜଣ ଆସିଥିଲେ । ଅନେକ ଲୋକ ନିଜ ସାଙ୍ଗମାନଙ୍କୁ ମଧ୍ୟ ପାର୍ଟିକୁ ଆଣିଥିଲେ । ଏହି ମାମଲା ବ୍ରିଟେନର ନଟିଂହୋମରୁ ଆସିଛି । ପୋଲିସ ଛାତ୍ର ଜଣଙ୍କର ଘରେ ପହଞ୍ଚିବା ପରେ ସେଠାରେ ୫୦ ଜଣ ପାର୍ଟି କରୁଥିବା ଦେଖିବାକୁ ପାଇଥିଲା । ଜୋରିମାନା ପରେ ଛାତ୍ର ଜଣକ ନିଜ ଭୁଲକୁ ବୁଝିପାରି ଅନୁତାପ କରିଛନ୍ତି ।

Get real time updates directly on you device, subscribe now.