fbpx

ହ୍ୱାଟ୍ସଆପରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୧୬ା୪ (ଓଡ଼ିଶା ଭାସ୍କର): ଲକଡାଉନ ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏପରିକି ଲକଡାଉନ୍ ଅବଧି ପୁଣିଥରେ ବୃଦ୍ଧି କରାଯିବା ପରେ ଏହି ସମସ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି । ଏହି ସମସ୍ୟାର ମୁକାବିଲା ପାଇଁ ଏବେ ନୂତନ ବିକଳ୍ପ ବାହାର କରିଛନ୍ତି ରାଜ୍ୟ ସରକାର । ସ୍ମାର୍ଟଫୋନ୍ ଥିବା ଛାତ୍ରଛାତ୍ରୀଙ୍କୁ ହ୍ୱାଟ୍ସଆପ୍ ଗ୍ରୁପରେ ସାମିଲ କରାଯିବ । ସେହି ଗ୍ରୁପ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯିବ । ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ଏହି ସୁବିଧା ଆରମ୍ଭ କରାଯାଇଛି । ସେହି ଜିଲ୍ଲାର ସ୍ମାର୍ଟଫୋନ୍ ଥିବା ଛାତ୍ରଛାତ୍ରୀଙ୍କୁ ଗ୍ରୁପରେ ସାମିଲ କରାଯାଇଛି । ପରବର୍ତ୍ତି ପର୍ଯ୍ୟାୟରେ ଏହା ସମସ୍ତ ରାଜ୍ୟରେ ଲାଗୁ କରାଯିବ ବୋଲି ଗୁରୁବାର ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

Get real time updates directly on you device, subscribe now.