fbpx

ରାଗିଂ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା, ପୋଲିସ କହିଲା ପ୍ରେମ ପ୍ରସଙ୍ଗ

Advertisement

ସହି ପାରିଲେନି ସିନିୟରଙ୍କ ରାଗିଂ… ଶେଷରେ ନେଲେ ଚରମ ନିଷ୍ପତ୍ତି… ଆଉ ବେକରେ ରସି ଲଗାଇ କଲେ ଆତ୍ମହତ୍ୟା । ପୁଣିଥରେ ରାଗିଂ ଯୋଗୁଁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି । ବିହାର ଗୋପାଳଗଞ୍ଜର ଜଣେ ଛାତ୍ର ରାଗିଂ ଭଳି ଅତ୍ୟାଚାରରୁ ବଞ୍ଚିବା ପାଇଁ କରିଛନ୍ତି ଆତ୍ମହତ୍ୟା । ପୋଲିସ ଏହି ମାମଲାକୁ ପ୍ରେମ ପ୍ରସଙ୍ଗ ସୂଚାଇଥିବାବେଳେ ପୁଅର ମୃତ୍ୟୂ ପାଇଁ କଲେଜରେ ହେଉଥିବା ରାଗିଂକୁ ଦାୟୀ କରିଛନ୍ତି ମୃତକଙ୍କ ବାପା।

ବିଶମ୍ଭରପୁର ଥାନା ଅନ୍ତର୍ଗତ ସିପାୟା ପଲିଟେକନିକ କଲେଜରେ ପଢୁଥିବା ନିର୍ଭୟ ସିଂ କୁଶବାହା ଏକ ଘରୋଇ ଲଜରେ ରୁମ ନେଇ ରହୁଥିଲେ । ଛାତ୍ର ଜଣକ ସେହି ରୁମରେ ହିଁ ଆତ୍ମହତ୍ୟା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲା ।

ସେପଟେ ମୃତ ଛାତ୍ରଙ୍କ ବାପା ଅଭୟ ସିଂ କୁଶବାହା ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ସହ ରାଗିଂ କରାଯାଇଥିଲା ଯେଉଁଥିପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି । ଫୋନ ମାଧ୍ୟମରେ ତାଙ୍କ ପୁଅ ଏ ସମ୍ପର୍କରେ ପୂର୍ବରୁ ଜଣାଇଥିବା ଅଭୟ ସିଂ କହିଛନ୍ତି । ତେବେ ପୋଲିସର ପ୍ରାଥମିକ ତଦନ୍ତରେ ଏହାକୁ ପ୍ରେମ ପ୍ରସଙ୍ଗ କହିଥିଲେ ମଧ୍ୟ ବିଶମ୍ଭରପୁର ଥାନା ଅଧ୍ୟକ୍ଷ ଅମରେନ୍ଦ୍ରଙ୍କ ସୂଚନା ଅନୁସାରେ ଏହା ଏକ ଆତ୍ମହତ୍ୟା ମାମଲା । ଅଧିକ ତଦନ୍ତ ପାଇଁ ପୋଲିସ ଛାତ୍ରଙ୍କ ଫୋନକୁ ରଖିଥିବା ସହ ରୁମ ମଧ୍ୟରୁ ବିଭିନ୍ନ ପ୍ରମାଣକୁ ନେଇ ଯାଞ୍ଚ କରୁଛି ।

Get real time updates directly on you device, subscribe now.