fbpx
BJD SKY
BJD SKY

ବହୁତ ବଢ଼ିଆ: ପିଲାମାନେ ପରୀକ୍ଷା ହଲରେ ମୋବାଇଲ ଓ ବହି ଦେଖି ଉତ୍ତର ଲେଖୁଛନ୍ତି

BJD

ନୂଆଦିଲ୍ଲୀ: ଅନେକ ସମୟରେ ଶିକ୍ଷାର ନଗ୍ନ ଦୃଶ୍ୟ ଆମ ସମାଜରେ ଦେଖିବାକୁ ମିଳିଥାଏ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପରୀକ୍ଷା ହଲରେ । ପରୀକ୍ଷାର୍ଥୀମାନେ ହଲ ମଧ୍ୟକୁ ମୋବାଇଲ ଓ ବହି ନେଇ ଆରାମରେ କପି କରୁଛନ୍ତି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ପିଲାମାନେ ପରୀକ୍ଷା ଦେଉନଥିଲେ, ବରଂ ଲାଇବ୍ରେରୀରେ ଏଣେତେଣେ ବୁଲି ପାଠ ପଢ଼ୁଛନ୍ତି ବୋଲି ଭିଡିଓ ଦେଖିଲେ ଜଣାପଡ଼ୁଛି ।

ମଧ୍ୟପ୍ରଦେଶର ରୀବା ଜିଲ୍ଲାରୁ ଏଭଳି ଏକ ଘଟଣା ଆସିଛି । ତ୍ୟୋନ୍ଥର ଅଞ୍ଚଳରେ ଥିବା ପ୍ରାଇଭେଟ ଟିଡି କଲେଜରେ ଏହି ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀମାନେ ମୋବାଇଲ ଓ ବହି ଦେଖି ଆରାମରେ ପରୀକ୍ଷା ଦେଉଥିଲେ । ପରୀକ୍ଷାରେ କପି ହେଉଥିବା ନେଇ ଚାରିଆଡ଼େ ଭିଡିଓ ଭାଇରାଲ ହେବା ପରେ ଶିକ୍ଷା ବିଭାଗରେ ହଡ଼କମ୍ପ ମଚି ଯାଇଥିଲା । ଏନେଇ କଲେଜ କର୍ତ୍ତୃପକ୍ଷ କୁଳ ସଚିବଙ୍କ ନିକଟକୁ ଚିଠି ଲେଖି ସଫେଇ ଦେଇଛନ୍ତି । କଲେଜ କର୍ତ୍ତୃପକ୍ଷ କପି କରିବାକୁ ପ୍ରୋତ୍ସାହିତ କରିଥିବା ଜଣାପଡ଼ିଛି । କଲେକ୍ଟର ଉଚ୍ଚ ଶିକ୍ଷା ବିଭାଗର ଟିମକୁ ଉକ୍ତ କଲେଜକୁ ଯାଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଲଏଲବି ପରୀକ୍ଷା ପାଇଁ ଅବଧେଶ ପ୍ରତାପ ସିଂହ ୟୁନିଭରସିଟି ପକ୍ଷରୁ ନେହରୁ କଲେଜର ସେଣ୍ଟର ଟିଟି କଲେଜରେ ହୋଇଥିଲା । ପ୍ରଶ୍ନପତ୍ର ମିଳିବା ପରେ ସେକେଣ୍ଡ ସେମିଷ୍ଟର ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀ ମୋବାଇଲ ଓ ବହି କାଢ଼ି କପି କରିବା ଆରମ୍ଭ କରିଦେଇଥିଲେ । ଏହି ସମୟରେ କେହି ଜଣେ ଏହି ଦୃଶ୍ୟକୁ ରେକର୍ଡ କରିନେଇଥିଲେ ।

Get real time updates directly on you device, subscribe now.