fbpx
BSKY
BJD SHG SKY
BJD MC SKY

ଏସିଆ କପରେ ଏଣ୍ଟ୍ରି କଲେ ଧୋନୀଙ୍କ ଧୁରନ୍ଧର: ଚେନ୍ନାଇ ପାଇଁ ପାଲଟିଥିଲେ ସୁପରହିରୋ

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୨ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ପ୍ରାୟ ସମସ୍ତ ଦଳ ନିଜ ନିଜ ସ୍କ୍ୱାଡ ଘାଷଣା କରି ସାରିଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ହଠାତ ଟୁର୍ଣ୍ଣାମେଣ୍ଟକୁ ଏଣ୍ଟ୍ରି କରିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଜଣେ ଷ୍ଟାର ବୋଲର । ଧୋନୀଙ୍କ ନେତୃତ୍ୱରେ ତାଙ୍କର ଜଲୱା ତାଙ୍କୁ ଏସିଆ କପ୍ ଭଳି ବଡ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ଦେଇଛି । ସିଏସକେର ୧୯ ବର୍ଷୀୟ ଷ୍ଟାର ବୋଲର ମଥୀଶା ପଥୀରାନା ଶ୍ରୀଲଙ୍କା ଦଳରେ ସୁଯୋଗ ପାଇଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଶ୍ରୀଲଙ୍କା ନିଜ ଦଳ ଘୋଷଣା କରିଛି । ଏହି ଦଳରେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବୋଲର ମଥୀଶା ପଥୀରାନାଙ୍କୁ ଚୟନ କରିଛି ଶ୍ରୀଲଙ୍କା । ଏହି ଟୁର୍ଣ୍ଣାମେଣ୍ଟରେ ଦସୁନ ଶନାକାଙ୍କୁ ଦଳର ନେତୃତ୍ୱ ଦିଆଯାଇଛି । ଆଇପିଏଲ ୨୦୨୨ରେ ଆଇପିଏଲର ଲୋକପ୍ରିୟ ଦଳ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇଥିଲେ ପଥୀରାନା । ଲିଗରେ ମାତ୍ର ଦୁଇଟି ମ୍ୟାଚରେ ସୁଯୋଗ ପାଇଥିଲେ ମଧ୍ୟ ସେ ଏଥିରେ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ଶ୍ରୀଲଙ୍କାର ପୂର୍ବତନ ବୋଲର ଲାସିଥ ମାଲିଙ୍ଗାଙ୍କ ଷ୍ଟାଇଲରେ ବୋଲିଂ କରୁଥିବା ବେଳେ ପଥୀରାନାଙ୍କ ଗତି ମଧ୍ୟ ତାଙ୍କ ସଫଳ ବୋଲର ଭାବେ ପ୍ରମାଣ କରିଛି ।

୨୦-୨୪ ତାରିଖ ମଧ୍ୟରେ ୪ଟି ଟିମ ମଧ୍ୟରେ କ୍ୱାଲିଫାୟାର୍ସ ମୁକାବିଲା ଖେଳାଯିବ । ସେହିପରି ୨୭ ଅଗଷ୍ଟରେ ୟୁଏଇରେ ମେନ ରାଉଣ୍ଡ ମୁକାବିଲା ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା-ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ  ସଫଳ ଦଳ ଭାବେ ଶ୍ରୀଲଙ୍କା ୫ ଥର ଚମ୍ପିଆନ ହୋଇଛି । ତେବେ ପ୍ରଥମ ଦଳ ଭାବେ ସର୍ବାଧିକ ୭ ଥର ଏହି ଟ୍ରଫିକୁ ନିଜର କରିଛି ଟିମ ଇଣ୍ଡିଆ ।

ଏସିଆ କପ୍ ପାଇଁ ଶ୍ରୀଲଙ୍କା ଦଳ: 

ଦାସୁନ ଶନାକା(ଅଧିନାୟକ), ଧନୁଷ୍କା ଗୁଣତିଳକା, ପଥୁମ ନିସଙ୍କା, କୁସଲ ମେଣ୍ଡିସ, ଚରିତ ଅସଲଙ୍କା, ଭାନୁକା ରାଜପକ୍ଷେ, ଆସେନ ଭଣ୍ଡାରା, ଧନଞ୍ଜୟ ଡି ସିଲଭା, ୱାନିନ୍ଦୁ ହସରଙ୍ଗା, ମହୀଷ ତୀକ୍ଷଣା, ଜେଫରୀ ଭାଣ୍ଡରସେ, ବିନୁରା ଫର୍ଣ୍ଣାଣ୍ଡୋ, ଚାମିକା ଫର୍ଣ୍ଣାଣ୍ଡୋ, ମଦୁଶଙ୍କା, ମଥୀଶା ପଥୀରାନା, ଦିନେଶ ଚାନ୍ଦିମାଲ, ନୁୱାନିନ୍ଦୁ ଫର୍ଣ୍ଣାଣ୍ଡୋ ଏବଂ କସୁନ ରଜିତା ।

Get real time updates directly on you device, subscribe now.