fbpx
BJD SKY
BJD SKY

ବସ୍ ରେ ମହିଳାଙ୍କୁ ଅନାଇଲେ ହେବେ ଗିରଫ ! ଏହି ସରକାର ଆଣିଲେ ନିୟମ

BJD

ଅନେକ ସମୟରେ ମହିଳାଙ୍କୁ ବସରେ ଦୁର୍ବ୍ୟବହାର ବା ଅସଦାଚରଣ ଶିକାର ହୋଇଥାନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ(Tamilnadu) ସରକାର ରୋମିଓଙ୍କ ଉପରେ ଆକ୍ସନ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ତାମିଲନାଡୁର ସଂଶୋଧିତ ମୋଟରଯାନ ଅଧିନିୟମ(motor vehicle act)ରେ ଏବେ ଏକ ନିୟମ ଦିଆଯାଇଛି । ଏହି ନିୟମ ଅନୂଯାୟୀ ବସରେ ଯାତ୍ରା କରୁଥିବା ମହିଳାଙ୍କୁ ବାରମ୍ବାର ଚାହିଁଲେ ବ୍ୟକ୍ତିଙ୍କୁ ଗିରଫ କରାଯାଇପାରେ । ସଂଶୋଧିତ ଅଧିନିୟମ ପରେ ମହିଳାଙ୍କ ବିରୋଧରେ ସିଟି ମାରିବା, ଅଶ୍ଲୀଳ ଇଶାରା କରିବା ଏବଂ ଯୌନ ଶୋଷଣ ଭଳି ଗତିବିଧି ମଧ୍ୟ ଅପରାଧ ଶ୍ରେଣୀରେ ଆସିବ ।

ଆହୁରି ମଧ୍ୟ ସଂଶୋଧିତ ଅଧିନିୟମ ଅନୂଯାୟୀ ଯଦି କେହି ବ୍ୟକ୍ତି ମହିଳାଙ୍କ ସହ ଦୁର୍ବ୍ୟବହାର କିମ୍ବା ଅସଦାଚରଣ କରୁଛନ୍ତି, ତେବେ ବସ୍ କଣ୍ଡକ୍ଟର(Bus conductor)ଙ୍କୁ ସେହି ସମୟରେ ଯାତ୍ରୀଙ୍କୁ ଓହ୍ଲାଇବାକୁ ହେବ କିମ୍ବା ଯାତ୍ରା ସମୟରେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଯୋଗୁଁ ପୋଲିସରେ ଦେବାକୁ ହେବ ।

ସେହିପରି ମହିଳାଙ୍କ ବିରୋଧରେ ଅନୁଚିତ ବ୍ୟବହାର କରିଥିବା କଣ୍ଟକ୍ଟରଙ୍କୁ ବି ଆଇନ ଅନୂଯାୟୀ କଠୋର ଦଣ୍ଡ ମିଳିବ । ଅଧିନିୟମ ଅନୂଯାୟୀ ଯଦି କେହି କଣ୍ଟକର ସାହାଯ୍ୟ କରିବା ବାହାନାରେ ମହିଳା ଯାତ୍ରୀଙ୍କୁ ସହ ସ୍ପର୍ଶ କରୁଛନ୍ତି ତେବେ ତାକୁ ବି ଦଣ୍ଡ ମିଳିବ । କଣ୍ଡକ୍ଟର ମହିଳାଙ୍କ ଉପରେ କୌଣସି ହାସ୍ୟାସ୍ପଦ ଟିପ୍ପଣୀ କରିପାରିବେ ନାହିଁ, ଏହା ମଧ୍ୟ ଅପରାଧ ବୋଲି ଧରାଯିବ ।

ନିୟମରେ ଆହୁରି ମଧ୍ୟ ରହିଛି ଯେ କଣ୍ଡକ୍ଟର ଏକ ଅଭିଯୋଗ ପୁସ୍ତିକା ରଖିବେ, ଯେଉଁଥିରେ ଯାତ୍ରୀ ନିଜର ଅଭିଯୋଗ କରିପାରିବେ । ଦରକାର ପଡ଼ିଲେ ଏହି ଅଭିଯୋଗ ପୁସ୍ତିକାକୁ ମୋଟର ଯାନ ପ୍ରାଧିକରଣ କିମ୍ବା ପୋଲିସ ସମ୍ମୁଖରେ ଉପସ୍ଥିତ କରାଯାଇପାରିବ ।

Get real time updates directly on you device, subscribe now.