fbpx
BJD SKY
BJD SKY

IRCTC ଜବରଦସ୍ତ ଟୁର ପ୍ୟାକେଜ: ବୋଧଗୟାରୁ ଅଯୋଧ୍ୟା- ୪ ସହରକୁ ଭ୍ରମଣ ସହ ମିଳିବ ଅନ୍ୟାନ୍ୟ ସୁବିଧା

BJD

ନୂଆଦିଲ୍ଲୀ: ବାବା ବିଶ୍ୱନାଥଙ୍କ ନଗରୀ ବାରାଣସୀ, ଭଗବାନ ବୁଦ୍ଧଙ୍କ ସହର ଗୟା, ଶ୍ରୀରାମଙ୍କ ସହର ଅଯୋଧ୍ୟା ଏବଂ ସଂଗମ ନଗରୀ ପ୍ରୟାଗରାଜ ବୁଲିବା ପାଇଁ ସୁବର୍ଣ୍ଣ ସୁଯୋଗ । ଏହି ସହର ବୁଲିବା ପାଇଁ ଏକ ଦମଦାର ଅଫର ଆଣିଛି ଆଇଆରସିଟିସି । ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ସୁନ୍ଦର ବିମାନ ଟୁର ପ୍ୟାକେଜ ଘୋଷଣା କରୁଛି । ଆସନ୍ତା ଅକ୍ଟୋବର ବାଙ୍ଗାଲୋରରୁ ଆରମ୍ଭ ହେବ ୫ ରାତି ଏବଂ ୬ ଦିନର ଏହି ଟୁର । ଏଥିରେ ଶ୍ରଦ୍ଧାଳୁମାନଙ୍କୁ ବିମାନ ଯାତ୍ରା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ମିଳିପାରିବ ।

IRCTC ତରଫରୁ ପର୍ଯ୍ୟଟକମାନଙ୍କୁ ରହିବା ପାଇଁ ବୋଧଗୟାରେ ତାଜ ଦରବାର, ବାରାଣସୀରେ ହୋଟେଲ ସିଟି, ଅଯୋଧ୍ୟାର ହୋଟେଲ କୃଷ୍ଣା ପ୍ୟାଲେସ ଏବଂ ପୟାଗରାଜରେ ହୋଟେଲ ପ୍ଲେସିଡରେ ବ୍ୟବସ୍ଥା କରାଯାଇଛି । ଏହା ସହିତ ଏହି ସହରର ସମସ୍ତ ଦର୍ଶନୀୟ ସ୍ଥାନ ଭ୍ରମଣ କରାଇବ କମ୍ପାନୀ । ଏହି ଯାତ୍ରାର ଆରମ୍ଭ ଅକ୍ଟୋବର ୩୦ ତାରିଖରେ ବାଙ୍ଗାଲୋରରୁ ହେବାକୁ ଥିବା ବେଳେ ନଭେମ୍ବର ୪ ତାରିଖରେ ସନ୍ଧ୍ୟା ୮.୩୦ରେ ବନାରସରୁ ଫ୍ଲାଇଟରେ ବାଙ୍ଗାଲୋର ନିଆଯିବ ।

ତେବେ ଯାତ୍ରାର ପ୍ରଥମ ଦିନ ବାଙ୍ଗାଲୋରରୁ ସକାଳ ୫.୨୦ ଫ୍ଲାଇଟରେ ବାରାଣସୀରେ ପହଞ୍ଚିବେ ପର୍ଯ୍ୟଟକ । ସେଠାରୁ ପର୍ଯ୍ୟଟକମାନଙ୍କୁ ଗୟା ନିଆଯିବ । ଏହାପରେ ଦ୍ୱିତୀୟ ଦିନରେ ପର୍ଯ୍ୟଟକ ବିଷ୍ଣୁପଦ ମନ୍ଦିର ଭ୍ରମଣ କରିବା ପରେ ବନାରସରେ ପହଞ୍ଚିବେ । ସେହିପରି ଟୁରର ତୃତୀୟ ଦିନରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର, ଅନ୍ନପୂର୍ଣ୍ଣା ମନ୍ଦିର ଏବଂ ସାରନାଥ ମନ୍ଦିର ଭ୍ରମଣ କରାଯିବ । ଏହାସହିତ ସନ୍ଧ୍ୟାରେ ଗଙ୍ଗା ଆରତୀ ମଧ୍ୟ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ଚତୁର୍ଥ ଦିନ ବନାରସରୁ ପର୍ଯ୍ୟଟକମାନଙ୍କୁ ନିଆଯିବ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ଲକ୍ଷ୍ମଣଘାଟ ଏବଂ କନକ ଭବନ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ ।

ତେବେ ପଞ୍ଚିମ ଦିନରେ ପର୍ଯ୍ୟଟକମାନେ ଅଯୋଧ୍ୟାରୁ ପ୍ରୟାଗରାଜର ଶ୍ରୀ ମଣିସଂଗମ, ଇଲହାବାଦ କିଲା ଏବଂ ପାତାଳପୂରୀ ମନ୍ଦିରର ଦର୍ଶନ କରିବା ପରେ ଷଷ୍ଠ ଦିନ ବାରାଣସୀରେ ପହଞ୍ଚିବେ ପର୍ଯ୍ୟଟକ । ଏବଂ ଏଠାରୁ ପୁଣିଥରେ ବାଙ୍ଗାଲୋରକୁ ଫେରିବେ । ଏହି ଯାତ୍ରା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪୪୦୫୦ ନିର୍ଦ୍ଧାରିତ ହୋଇଛି ।

Get real time updates directly on you device, subscribe now.