fbpx

ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ଅଶାନ୍ତି: ବ୍ଲକ ସାମନାରେ ଭାତ ଥାଳି ଧରି କଲେ ପ୍ରତିବାଦ

AAKASH

ବାରିପଦା: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାକୁ ନେଇ ଦେଖାଦେଇଛି ଅଶାନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଏକ ଭିନ୍ନ ଉପାୟରେ ଧାରଣା ଦେଇଛନ୍ତି । ଭାତ ଥାଳି ଧରି ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି ବିନୋଦ ରାୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ । ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପିଲାମାନଙ୍କ ପାଇଁ ଉପଯୁକ୍ତ ନୁହେଁ କିମ୍ବା ଯଥେଷ୍ଟ ନୁହେଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ରାସଗୋବିନ୍ଦପୁର ବ୍ଲକ ବିନୋଦରାୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାମାନେ ମଧ୍ୟାହ୍ନ ଭୋଜନକୁ ନେଇ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ କେବଳ ଭାତ ଦିଆଯାଉଥିବା ବେଳେ ତରକାରୀ ଦିଆଯା ନଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ଏ ନେଇ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏମଏସସିର ସଦସ୍ୟ । ତେବେ ସବୁଥିରେ ବିଫଳ ହେବା ପରେ ପିଲାମାନେ ଏହି ଅଭିଯୋଗକୁ ନେଇ ରାସଗୋବିନ୍ଦପୁର ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି । ମଧ୍ୟାହ୍ନ ଭୋଜନର ଦାୟତ୍ୱରେ ଥିବା ଏସଏସଜି ମହିଳା ନିଜ ମନ ମୁତାବକ ଖାଦ୍ୟ ପ୍ରସ୍ତୁତ କରିବା ସହିତ ପିଲାମାନଙ୍କୁ ଉପସ୍ଥିତି ଅନୁଯାୟୀ କମ୍ ପରିମାଣରେ ତରକାରୀ ରାନ୍ଧୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ସ୍କୁଲର ଛାତ୍ରଛାତ୍ରୀ ।

ତେବେ ଏହି ମାମଲାରେ ବ୍ଲକର ଶିକ୍ଷା ଅଧିକାରୀ ପୂର୍ବରୁ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିବା କୁହାଯାଇଛି । ତେଣୁ ଏହାର ସମାଧାନ ପାଇଁ ଆଜି ବ୍ଲକର ଦ୍ୱାରସ୍ଥ ହୋଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଦୀର୍ଘ ଦିନରୁ ହେଉଥିବା ଏହି ସମସ୍ୟା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏବଂ ଏସଏଚଜି ମହିଳାଙ୍କ ସହ ବିସ୍ତାର ରୂପେ ଆଲୋଚନା କରିବା ସହ ସମାଧାନ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଧାରଣାରତ ଛାତ୍ରଛାତ୍ରୀ ।

Get real time updates directly on you device, subscribe now.