fbpx

JNUରେ ଧାରଣା ଦେଲେ ଆଦାୟ ହେବ ୧୦ ହଜାର ଟଙ୍କା ଜୋରିମାନା

Advertisement

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(JNU) ଅନ୍ୟତମ । ଅନେକ ସମୟରେ ଛାତ୍ର ଆନ୍ଦୋଳନ ଏବଂ ବିବାଦକୁ ଚର୍ଚ୍ଚାରେ ରହି ଆସିଛି । ବିଶ୍ୱବିଦ୍ୟାଳୟ ତରଫରୁ ଏକ ଆଦେଶ ଜାରି କରାଯାଇଛି ଯାହା ସମସ୍ତଙ୍କ ଚକିତ କରିଛି । JNU ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ଏହି ନୂତନ ଆଦେଶ ଅନୁଯାୟୀ ପରିସରରେ କୌଣସି ପ୍ରକାର ଧାରଣା କିମ୍ବା ରାଷ୍ଟ୍ର ବିରୋଧୀ ସ୍ଲୋଗାନର ପ୍ରଦର୍ଶନ କରିଲେ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିବ । ଏହି ନୂତନ ଆଦେଶ ଅନୁଯାୟୀ ବିଶ୍ୱବିଦ୍ୟାଳୟ ପରିସରରେ କୌଣସି ପ୍ରକାର ଧାରଣା ପ୍ରଦର୍ଶନ କରିଲେ ୨୦ ହଜାର ଟଙ୍କା ଏବଂ ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଦେଲେ ୧୦ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡ଼ିବ । ପ୍ରଶାସନଙ୍କ ଏହି ନିଷ୍ପତ୍ତିକୁ ନେଇ JNU ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ପୂର୍ବରୁ JNU ପରିସରରେ ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଦେଇ ଛାତ୍ର ନେତା କହ୍ନେୟା କୁମାରଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.