fbpx
BSKY SKY
BSKY SKY

ବ୍ଲକ ସଭାପତି ଓ ପର୍ଯ୍ୟବେକ୍ଷଙ୍କୁ ନିଯୁକ୍ତି ଦେଲା ବିଜେଡି: ୬ଟି ଜିଲ୍ଲାରେ ନୂଆ ନେତାଙ୍କୁ ଦାୟିତ୍ୱ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ବିଧାନସଭା ନିର୍ବାଚନ । ଏନେଇ ଶାସକ ବିଜେଡି ତା’ର ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏହା ମଧ୍ୟରେ ଦଳ ତା’ର ସଂଗଠନରେ ଅନେକ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରୁଛି । ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତି କରି ସାରିଥିବା ବେଳେ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲା ସଂଗଠନକୁ ପୁନର୍ଗଠନ କରୁଛି ।

ତେବେ ଏହା ମଧ୍ୟରେ ଦଳ ତା’ର ବିଭିନ୍ନ ଜିଲ୍ଲା ସଂଗଠନରେ ନୂଆ ନେତାଙ୍କୁ ନିଯୁକ୍ତି ଦେଇଛି । ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ବିଜୁ ମହିଳା ଜନତା ଦଳ ସଂଗଠନରେ ଅନେକ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଜ୍ୟୋତ୍ସ୍ନା ପରିଡ଼ାଙ୍କୁ କଳାହାଣ୍ଡି, ମୀରା ପରିଡ଼ାଙ୍କୁ କୋରାପୁଟ, ଲୋରା ମହାପାତ୍ରଙ୍କୁ ମାଲକାନଗିରି, ରୁନୁ ଜେନାଙ୍କୁ ନବରଙ୍ଗପୁର, ମିନତୀ ଦେବତାଙ୍କୁ ସମ୍ବଲପୁର ଓ ଦେବଗଡ଼ରେ ଦାୟିତ୍ୱ ମିଳିଛି ।

ସେହିପରି ମାଲକାନଗିରି ଜିଲ୍ଲାରେ ଅନେକ ପଦାଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଟିକି ମଲ୍ଲିକଙ୍କୁ ମାଥିଲି, ସାବିତ୍ରୀ ମୁଦୁଲିଙ୍କୁ ଖଇରାପୁଟ, ଲକ୍ଷ୍ମୀ ମଣ୍ଡିଙ୍କୁ ଚିତ୍ରକୋଣ୍ଡା, ସୁମାରୀ ମାଡ଼କାମୀଙ୍କୁ ମାଲକାନଗିରି, ବର୍ଣ୍ଣାଳୀ କିର୍ତ୍ତାନିଆଙ୍କୁ କାଲିମେଳା, ମିଠୁ ସରକାରଙ୍କୁ କୋରୁକୋଣ୍ଡା, ଦେବେ ମାଧିଙ୍କୁ ପୋଡ଼ିଆ ଜିଲ୍ଲାର ବିଭିନ୍ନ ବ୍ଲକରେ ନିଯୁକ୍ତି ଦିଆଯାଇଛି । ରବି ରାଉତଙ୍କୁ ବାଲେଶ୍ୱର ଜିଲ୍ଲାର ସାଧାରଣ ସମ୍ପାଦକ, ମନୋଜ କୁମାର ରାଉତଙ୍କୁ ରେମୁଣା ବ୍ଲକର ସଭାପତି, ରାମନାରାୟଣ ବେହେରାଙ୍କୁ ରେମୁଣା ଏନଏସିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

 

Get real time updates directly on you device, subscribe now.