Study: ଆମ ଘରେ ଥିବା ଦୁଇଟି ସାଧାରଣ ପାନୀୟ କର୍କଟ ଆଶଙ୍କାକୁ ଏଡାଇ ଥାଏ
ମସ୍ତିଷ୍କ ଓ ବେକରେ ହେଉଥିବା କର୍କଟ ହେବାର ସମ୍ଭାବନା ୧୭ ପ୍ରତିଶତ ହ୍ରାସ ପାଇଥାଏ । ଯେତେବେଳେ କି ଗୋଟିଏ କପ ଚାଆ ପିଇବାରୁ ଏହି ଆଶଙ୍କା ୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଏ
ନୂଆଦିଲ୍ଲୀ- ଏବେ କର୍କଟ ସାରା ବିଶ୍ୱରେ ଭୟଙ୍କର ରୋକ ହୋଇ ଉଭା ହୋଇଛି । ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି । ନିକଟରେ କର୍କଟର ଔଷଧ ତିଆରି ହୋଇଥିବା ନେଇ ରୁଷ ପକ୍ଷରୁ ଦାବି ହୋଇଛି । ଏହାରି ଭିତରେ ଗବେଷଣାରୁ ନୂଆ ଓ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି ।
କ୍ୟାନ୍ସର ପତ୍ରିକା ପବ୍ଲିଶ ରିସର୍ଚ ମୁତାବକ, ଦୈନିକ ତିନିରୁ ଚାରି କପ କଫି ପିଇଲେ ମସ୍ତିଷ୍କ ଓ ବେକରେ ହେଉଥିବା କର୍କଟ ହେବାର ସମ୍ଭାବନା ୧୭ ପ୍ରତିଶତ ହ୍ରାସ ପାଇଥାଏ । ଯେତେବେଳେ କି ଗୋଟିଏ କପ ଚାଆ ପିଇବାରୁ ଏହି ଆଶଙ୍କା ୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଏ ।
ଚା ଓ କଫି କମାଇବ କର୍କଟ ଆଶଙ୍କା: ରିସର୍ଚ୍ଚ ମୁତାବକ, ଚାହା ଓ କଫିରେ କୈଫିନ ପରି ବାୟୋଆକ୍ଟିଭ ତତ୍ୱ ରହିଛି, ଯାହା କର୍କଟ ସମ୍ଭାବନାକୁ କମାଇଦିଏ ।
ନିକଟରେ ହୋଇଥିବା ରିସର୍ଚ୍ଚରୁ ଜମାପଡିଛି, ସୀମିତ ମାତ୍ରାରେ କଫି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରୁହେ । ଆମେରିକାର ୟୁଟା ୟୁନିଭର୍ସିଟିର ସ୍କୁଲ ଅଫ ମେଡିସିନ ଦ୍ୱାରା ଏହି ରିସର୍ଚ୍ଚ ହୋଇଥିଲା । ଏଥିରୁ ଜଣାପଡିଥିଲା କି, ଚାହା ଓ କଫି ପିଇବାରୁ ମୁଣ୍ଡ ଓ ବେକରେ ହେଉଥିବା କର୍କଟ ଉପରେ ସକାରାତ୍ମକ ପ୍ରଭାବ ପକାଏ ।
ସତରେ କମୁଛି କ୍ୟାନ୍ସର: ମୁଣ୍ଡ ଓ ବେକ କ୍ୟାନ୍ସରରେ ପୀଡିତ ୯,୫୫୦ ଜଣ ରୋଗୀ ଓ ୧୫୮୦୦ ବିନା କ୍ୟାନ୍ସରର ରୋଗୀଙ୍କ ଉପରେ ଏହି ଗବେଷଣା ହୋଇଥିଲା । ଏଥିରେ ୧୪ ପ୍ରକାରର ବିଶ୍ଳେଶଣ ହୋଇଥିିଲା । ଯେଉଁମାନେ ଦୈନନ୍ଦିନ ୪ରୁ ଅଧିକ କପର କୈଫିନ ଥିବା କଫି ପିଉଥିଲେ, ସେମାନଙ୍କ କର୍କଟ ବିପଦ ୧୭ ପ୍ରତିଶତ ହ୍ରାସ ପାଇଥିଲା ।
ସେହିପରି ମୁହଁରେ ହେଉଥିବା କର୍କଟର ରିସ୍କ ୩୦ ପ୍ରତିଶତ ଯାଏ ଓ ଗଳାର କ୍ୟାନ୍ସର ରିସ୍କ ୨୨ ପ୍ରତିଶତ ହ୍ରାସ ପାଇତିଲା । ଏହି କଫି ପିଇବା ଦ୍ୱାରା ହାଇପୋଫେରିଞ୍ଜିୟଲ କ୍ୟାନ୍ସର ମଧ୍ୟ ୪୧ ପ୍ରତିଶତ କମ ହୋଇଥିଲା ।