fbpx

(Video)ସୋସିଆଲ ମିଡିଆରେ ଫେମସ ହେବା ପାଇଁ କରୁଥିଲେ ଷ୍ଟଣ୍ଟ, ହଠାତ ବିଗିଡିଲା ବାଲାନ୍ସ…

AAKASH

ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫେମସ ହେବାକୁ ଲୋକମାନେ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ଏବେ ପୁଣି ଏହାର ଏକ ତାଜା ଉଦାହରଣ ଖେିବାକୁ ମିଳିଛି ଫିଟନେସ ଇନଫ୍ଲୁଏନ୍ସର ଅଙ୍କିତ ବେୟପୁରିଆ ଯିଏ ୭୫ ହାଇସ୍ପିଡ ଚ୍ୟାଲେଞ୍ଜ ଦ୍ୱାରା ଚର୍ଚ୍ଚାକୁ ଆସିଥିଲେ । ତେବେ ଏଥି ପାଇଁ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଥିଲା । ଏହି ପରି ଆହୁରି ଅନେକ ଉଦାହରଣ ରହିଛି ଯାହା ଦ୍ୱାରା ଲୋକମାନେ ପ୍ରସିଦ୍ଧ ଲାଭ କରିଛନ୍ତି । ଲୋକମାନେ ଫେମସ ହେବାକୁ ଆହୁରି ଅଲଗା ଭିନ୍ନ କୌଶଳ ଦେଖାଉଛନ୍ତି ।

ଅନେକ ଲୋକ ଅଛନ୍ତି ଯେଉଁମାନେ ବିପଦଜନକ ଷ୍ଟଣ୍ଟ ମଧ୍ୟ କରନ୍ତି । ଏବଂ ନିଜ ଜୀବନକୁ ବିପଦରେ ପକାନ୍ତି । ଏବେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆପଣ ଦେଖିବେ ଜଣେ ବ୍ୟକ୍ତି ବାଇକ ଚଲାଉଛନ୍ତି । ବାଇକ ଚଲାଇବା ପରେ ସେ ଆଗ ଚକାକୁ ଉପରକୁ ଉଠାଇଛନ୍ତି । ନିଜେ ଗୋଟିଏ ଗୋଡରେ ବାଇକର ପଛପଟେ ଠିଆ ହୋଇଛନ୍ତି । ଏହା ପରେ ହଠାତ ତାଙ୍କର ବାଲାନ୍ସ ବିଗିଡି ଯାଇଥିଲା । ଏହା ପରେ ସେ ତଳେ ଜୋରରେ ପଡିଥିଲେ । ବାଇକ ମଧ୍ୟ ବହୁତ ବାଟ ପର୍ଯ୍ୟନ୍ତ ରାସ୍ତାରେ ଘୋସାଡି ହୋଇ ଯାଇଥିଲା । ଏହି ଭାଇରାଲ ଭିଡିଓ ଟି ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ହୋଇଛି । ଏହାକୁ ୩୯୯.୪ ହଜାର ଲୋକ ଲାଇକ କରିଛନ୍ତି । ଅନେକ ଲୋକ ଏହି ଭିଡିଓ ଦେଖିବା ପରେ ସେହି ବ୍ୟକ୍ତିଙ୍କୁ ପରିହାସ କରିଛନ୍ତି ।

Get real time updates directly on you device, subscribe now.