fbpx
BSKY
BJD YOUTH SKY
BJD MS SKY

Internet Speedରେ ଇତିହାସ ଲେଖୁଛି ଭାରତ: ବ୍ରିଟେନ-ଜାପାନକୁ ପକାଇଲା ପଛରେ

ନୂଆଦିଲ୍ଲୀ: ଭାରତରେ 5G ସେବା ଆରମ୍ଭରୁ ମୋବାଇଲ ଡାଉନଲୋଡ ସ୍ପିଡରେ ଖୁବ ସୁଧାର ଆସିଛି । ‘ସ୍ପିଡଟେଷ୍ଟ ଗ୍ଲୋବାଲ ଇଣ୍ଡେକ୍ସ’ରେ ଭାରତ ଏବେ ନିଜର କମାଲ ଦେଖାଇଛି । ବଡ଼ ବଡ଼ ଦେଶକୁ ପଛରେ ପକାଇ ଭାରତ ଏବେ ଇତିହାସ ଲେଖିବା ଦିଗରେ ଆଗେଇ ଚାଲିଛି । ଇଣ୍ଟରନେଟ ସ୍ପିଡ ଯୋଗାଇବାରେ ଭାରତ ୪୭ ଷ୍ଟେପ ଉପରକୁ ଉଠି ରେକର୍ଡ ସୃଷ୍ଟି କରିଛି । ବ୍ରିଟେନ୍, ଜାପାନ, ବ୍ରାଜିଲ ଭଳି ଅନେକ ଶକ୍ତିଶାଳୀ ତଥା ଜ୍ଞାନ କୌଶଳରେ ବିକଶିତ ରାଷ୍ଟ୍ରଗୁଡ଼ିକୁ ପଛରେ ପକାଇଛି ଭାରତ ।

ଭରତରେ 5G ଶୁଭାରମ୍ଭ ପରେ ମୋବାଇଲ ସ୍ପିଡରେ ପ୍ରାୟ ୩.୫୯ ଗୁଣ ବୃଦ୍ଧି ପାଇଛି । ଗତବର୍ଷ(୨୦୨୨) ସେ ଦେଶରେ ହାରାହାରି ଡାଉଲୋଡ ସ୍ପିଡ ୧୩.୮୭MBPS ରହିଥିଲା । ତେବେ ଏହା ବର୍ତ୍ତମାନ ଅଗଷ୍ଟ ୨୦୨୩ ସୁଦ୍ଧା ୫୦.୨୧ MBPSକୁ ବୃଦ୍ଧି ପାଇଛି । ଓକଲାର ରିପୋର୍ଟ ଅନୁସାରେ, ଏହି ବଡ଼ ପରିବର୍ତ୍ତନ ସହ ଭାରତ ବାଂଲାଦେଶ, ଶ୍ରୀଲଙ୍କା ଏବଂ ପାକିସ୍ତାନ ଭଳି ପଡ଼ୋଶୀ ରାଷ୍ଟ୍ରକୁ ପଛରେ ପକାଇଛି । ଏହାବ୍ୟତୀତ G-20ର ମେକ୍ସିକୋ(୯୦), ତୁର୍କୀ(୬୮), ବ୍ରିଟେନ୍(୬୨), ଜାପାନ(୫୮), ବ୍ରାଜିଲ(୫୦) ଏବଂ ଦକ୍ଷିଣ ଆଫ୍ରିକା ଭଳି ରାଷ୍ଟ୍ରକୁ ମଧ୍ୟ ପଛରେ ପକାଇ ଦେଇଛି ।

ଇଣ୍ଟରନେଟ ସ୍ପିଡ ଟେଷ୍ଟ କ୍ଷେତ୍ରରେ ଭାରତ ପ୍ରଥମେ ୧୧୯ତମ ସ୍ଥାନରେ ରହିଥିଲା । କିନ୍ତୁ ୫ଜି ସେବା ଆରମ୍ଭ ପରଠାରୁ ଭାରତ ୭୨ ସ୍ଥାନ ଉପରକୁ ଉଠି ଏବେ ୪୭ ନମ୍ବରରେ ପହଞ୍ଚିଛି । ୫ଜି ସେବାଗୁଡିକର ଆରମ୍ଭ ସହିତ ସମସ୍ତ ଟେଲିକମ୍ ସର୍କଲଗୁଡିକରେ ସାମଗ୍ରିକ ଉପଭୋକ୍ତା ଅଭିଜ୍ଞତା ଉନ୍ନତ ହୋଇଛି । ଏହି ଅବଧି ମଧ୍ୟରେ ଟେଲିକମ୍ ସେବା ପ୍ରଦାନକାରୀମାନେ ମଧ୍ୟ ସେମାନଙ୍କର ଭିତ୍ତିଭୂମିରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ କରିଛନ୍ତି । ଯାହା ଫଳରେ ଭାରତ ଆଜି ଏଭଳି ଏକ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି ।

Get real time updates directly on you device, subscribe now.