fbpx

ଶିକ୍ଷକ ମାଡରେ ୫ ବର୍ଷର ନିରୀହ ଶିଶୁର ମୃତ୍ୟୁ, ହୋମୱାର୍କ କରି ନ ଥିବାରୁ ପିଟିଲେ ଶିକ୍ଷକ

ତେଲେଙ୍ଗାନା : ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ପ୍ରାଇଭେଟ ସ୍କୁଲରେ କିନଡରଗାଟେନର ଛାତ୍ରଙ୍କର ମୃତ୍ୟୁ ହୋଇଛି । ସେ ହୋମୱାର୍କ କରି ନଥିବାରୁ ଶିକ୍ଷକ ତାଙ୍କୁ ଜୋରରେ ପିଟିଥିଲେ । ଛାତ୍ରଙ୍କ ନାମ ଥିଲା ହେମନ୍ତ ଏବଂ ତାଙ୍କ ବୟସ ୫ ବର୍ଷ । ଏହି ଘଟଣା ଘଟିଥିଲା ଶନିବାର ଦିନ । ପିଲାଟି ଶ୍ରେଣୀରେ ବେହୋସ ହୋଇଥିଲା ।

ଏହା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାର ଚିକିତ୍ସା ଚାଲିଥିଲା କିନ୍ତୁ ସୋମବାର ତାହାର ମୃତ୍ୟୁ ହୋଇଥିଲା । ଛାତ୍ରର ପରିବାର ଲୋକ ଏବଂ ମାତା ପିତା ଶିକ୍ଷକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେମାନେ ସ୍କୁଲ ସାମ୍ନାରେ ଶବ ସହିତ ବିରୋଧ ପଦର୍ଶନ କରିଥିଲେ । ଏହି ଘଟଣା ପରେ ପୋଲିସ ତଦନ୍ତ କରିବା ଆରମ୍ଭ କରିଛି । ହାଇଦ୍ରାବାଦରୁ ଜଣେ ଛାତ୍ରକୁ ଶିକ୍ଷକ ପିଟିଥିବା ଅନ୍ୟ ଏକ ଅଭିଯୋଗ ହୋଇଛି । ଏହି ମାମଲା ବିବେକନଗରର । ଏହି ମାମଲାରେ ହୋମୱାର୍କ କରି ନଥିବାରୁ ଶିକ୍ଷକ ଛାତ୍ରର ମୁଣ୍ଡରେ ଆକ୍ରମଣ କରିଥିଲେ ।

Get real time updates directly on you device, subscribe now.