fbpx

କଟକରେ ବି ବିଜେଡିର ବାଜିମାତ୍: ସୁବାଷ ସିଂହ ହେଲେ ନୂଆ ମେୟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ପୌର ନିର୍ବାଚନ ଫଳାଫଳ । ୩ ମହାନଗର ନିଗମ ଏବଂ ୧୦୫ ପୌର ପରିଷଦର ଫଳାଫଳ ଆସିସାରିଛି । ଆଉ ପୌର ନିର୍ବାଚନରେ ବିପୁଳ ଭୋଟରେ ବାଜିମାତ୍ କରିଛି ବିଜେଡି ।

ଏହାରି ମଧ୍ୟରେ କଟକ ମହାନଗର ନିଗମ ଫଳାଫଳ ଆସିସାରିଛି ଆଉ କଟକରେ ମଧ୍ୟ ପୌର ନିର୍ବାଚନରେ ବିଜେଡି ବାଜି ମାରିଛି । କଟକରେ ମେୟର ପ୍ରାର୍ଥୀ ଭାବରେ ଜିତିଛନ୍ତି ବିଜେଡିର ସୁବାଷ ସିଂହ । ଏହା ସହ ରାଜ୍ୟର ତିନି ମହାନଗରର ମେୟର ପଦ ହାତେଇଛି ବିଜେଡି । ଭୁବନେଶ୍ୱରରେ ସୁଲୋଚନା ଦାସ, ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ ଏବଂ କଟକରେ ସୁବାଷ ସିଂହ ମେୟର ପଦବୀ ହାତେଇଛନ୍ତି ।

Get real time updates directly on you device, subscribe now.