fbpx

‘ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇଛି ବିଜୟ’: ପୌର ପରିଷଦ ନିର୍ବାଚନ ବିଜୟ ପରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନରେ ପୁଣି ଦେଖିବାକୁ ମିଳିଛି ବିଜେଡି ଜଲୱା । ୧୦୫ ଏନଏସି/ମ୍ୟୁନିସିପାଲିଟି ପଦରୁ ୭୩ ପଦରେ ବାଜିମାତ କରିଛି ବିଜେଡି, ଏହା ସହ ୩ ମହାନଗର ନିଗମରେ ମଧ୍ୟ ବାଜିମାତ୍ କରିଛି ବିଜେଡି । ସେପଟେ ବିଜେଡିର ବିପୁଳ ବିଜୟକୁ ନେଇ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜୟ ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇଛି । ୱାର୍ଡ ସ୍ତରରୁ ଲୋକଙ୍କୁ ଭଲପାଇବା ମିଳିଛି । ତେଣୁ ତୃଣମୂଳ ସ୍ତରରୁ ଲୋକପ୍ରିୟତା ପ୍ରମାଣିତ କରୁଛି । କର୍ମୀଙ୍କ ସମର୍ପିତ ଉଦ୍ୟମ ଯୋଗୁଁ ସଫଳ ହୋଇଛି ବିଜେଡି । ସମସ୍ତେ ରାଜ୍ୟର ବିକାଶଧାରାରେ ସାମିଲ ହୁଅନ୍ତୁ ଏବଂ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.