ଜୟପୁର: ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ।
କୋରାପୁଟ ଜୟପୁରରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ପଠାଗଲା ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ।
ଡିବିଟି ଜରିଆରେ ୫ ହଜାର ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି ।
ଜୟପୁରରେ ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକବର୍ଦ୍ଧନ ସିଂଦେବ ଉପସ୍ଥିତ ରହିଛନ୍ତି ।
ଆଜି ସକାଳେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ କେରାପୁଟ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ୨ ଦିନିଆ କୋରାପୁଟ ଗସ୍ତରେ ଥିବା ସୂଚନା ।