fbpx

ବିଡିଓଙ୍କୁ ବିଧାୟକଙ୍କ ମାଡ଼ ମାରିବା ଘଟଣା: ଗିରଫ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ସୁବାସ ପାଣିଗ୍ରାହୀ

Advertisement

ଦେବଗଡ଼: ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ  ୭ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ରବିବାର ତାଙ୍କୁ ଭୁବନେଶ୍ୱର କ୍ୱାର୍ଟରୁ ଗିରଫ କରିବା ପରେ ସିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା । ଯାହାପରେ ତାଙ୍କୁ ୭ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ବିଧାୟକଙ୍କ ୨ ସହଯୋଗୀ ମଧ୍ୟ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ତେବେ ଆଜି ପାଇଁ ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିବା ବେଳୋ ୭ ତାରିଖରେ ଆଗାମୀ ଶୁଣାଣି ହେବ ।

ସୂଚନାଯୋଗ୍ୟ,  ସୂଚନାଯୋଗ୍ୟ, ଶନିବାର ବିଧାୟକ ଏବଂ ତାଙ୍କର ସହଯୋଗୀ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ନେଇ ଅଭିଯୋଗ ହୋଇଥିଲା । ଛେପଲିପାଲି ପଞ୍ଚାୟତ ଭାଲିଆଗୁଡ଼ାରେ ବିଡ଼ିଓଙ୍କୁ ଆକ୍ରମଣ ହୋଇଥିଲା । ଏହି ମାମଲାରେ ଉଭୟ ପକ୍ଷରୁ ମାମଲା ମଧ୍ୟ ରୁଜୁ ହୋଇଥିଲା । ତହସିଲଦାରଙ୍କ ଉପସ୍ଥିତିରେ ବିଧାୟକ ଓ ତାଙ୍କ ସମର୍ଥକଙ୍କ ଦ୍ୱାରା ଏଭଳି ଆକ୍ରମଣ ହୋଇଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି ବିଡିଓ । ଏହା ସହ ବିଡିଓ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏହି ମାମଲାରେ ରବିବାର ଦେବଗଡ଼ ପୋଲିସ ବିଧାୟକଙ୍କୁ ଭୁବନେଶ୍ୱର କ୍ୱାର୍ଟରୁ ଗିରଫ କରିଥିଲା । ଗିରଫ ପରେ ଦେବଗଡ଼ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରିଥିଲା ପୋଲିସ ।

ସେପଟେ ବିଧାୟକଙ୍କୁ ଗିରଫ ପ୍ରତିବାଦରେ ଆସନ୍ତା କାଲି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ବିଧାୟକଙ୍କ ଗିରଫର ପ୍ରତିବାଦ ସହ ତିଲେଇବଣି ବିଡିଓଙ୍କ ଗିରଫ ଦାବି କରି ବନ୍ଦ ଡାକରା ଦେଇଛି ବିଜେପି । ଏନେଇ ସୂଚନା ଦେଲେ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ । ରବିବାର ବିଧାୟକଙ୍କ ଗିରଫ ପ୍ରତିବାଦରେ ଦେବଗଡ଼ ଥାନା ମଧ୍ୟ ଘେରାଉ କରିଥିଲେ ବିଜେପି ନେତା ଏବଂ କର୍ମୀ ।

Get real time updates directly on you device, subscribe now.