fbpx

ନୂଆ ଦଳରେ ଶୁଭ୍ରାଂଶୁ: IPL ୨୦୨୨ ପାଇଁ ଚେନ୍ନାଇ କ୍ୟାମ୍ପରେ ଯୋଗ ଦେଲେ ଓଡିଶାର ଅଧିନାୟକ

Advertisement

ନୂଆଦିଲ୍ଳୀ: IPL-୨୦୨୨ ପାଇଁ ଚେନ୍ନାଇ କ୍ୟାମ୍ପରେ ପହଞ୍ଚିଛନ୍ତି ଓଡିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି । ସୁରଟରେ ପ୍ରାକ୍ଟିସ କରୁଥିବା ସିଏସକେ ଶିବିରରେ ଯୋଗ ଦେବା ପରେ ତାଙ୍କର ଏକ ଫଟୋ ପୋଷ୍ଟ କରିଛି ସୁପର କିଙ୍ଗସ । ଟ୍ୱିଟର ପେଜରେ ଶୁଭ୍ରାଂଶୁଙ୍କର ଏକ ଫଟୋ ଅପଲୋଡ କରି ସୂଚନା ଦେଇଛି ୟେଲୋ ଆର୍ମି ।

୨୦୨୨ ସିଜନ ପାଇଁ ମେଗା ଅକ୍ସନରେ ଶୁଭ୍ରାଂଶୁଙ୍କୁ ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି ଚେନ୍ନାଇ । ପୂର୍ବରୁ ତାଙ୍କୁ ଟ୍ରାଏଲ ପାଇଁ ମଧ୍ୟ ଡକାଯାଇଥିଲା । ତେବେ ଚଳିତ ରଣଜୀ ଟ୍ରଫିରେ ଶୁଭ୍ରାଂଶୁ ଓଡିଶାର ନେତୃତ୍ୱ ନେଇଥିଲେ । ତାଙ୍କ ଅଧୀନରେ ଦଳ ଗୋଟିଏ ମ୍ୟାଚ ଡ୍ର କରିଥିବା ବେଳେ ୨ଟି ମ୍ୟାଚରେ ପରାଜୟ ବରଣ କରିଥିଲା । ଯାହାଫଳରେ ମାତ୍ର ୩ ପଏଣ୍ଟ ପାଇ କ୍ୱାର୍ଟର ଫାଇନାଲ ଦୌଡରୁ ବାଦ ପଡିଥିଲା ଓଡିଶା ।

Get real time updates directly on you device, subscribe now.